STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ପରାଜୟ

ପରାଜୟ

1 min
161

ଓଡ଼ିଆ ବୀରଙ୍କ ଜାତକ ସମୃଦ୍ଧ

ମରେ ଅବା ମାରେ କରି ଯୁଦ୍ଧ

ପରାଣ ଆତଙ୍କେ ମରିବା ନିଷିଦ୍ଧ

ବାହୁବଳରେ ଓଡିଆ ପାଇକ ପ୍ରସିଦ୍ଧ

ପରାଜୟ ନାହିଁ ବୀର ଜାତକେ 

ମରେନା କେବେ ପରାଣ ଆତଙ୍କେ

ନିଜ ରକ୍ଷା ତଥା ଜାତିର ସ୍ୱରାଜେ

ବାଜେ ଦୁନ୍ଦୁଭି ଗହ ଗହ ନାଦେ

ଘରର ଘରଣୀ ସାଜେ ଦେଈ ଟୀକା

ବୀରଭୂମି ପାଇଁ ପ୍ରସ୍ତୁତ ସେ ଯୋଦ୍ଧା

ଡର ନାହିଁ ତାର ଜାତକରେ ଲେଖା

ଖୋରଧାଗଡ ପାଇକ ପରି ସର୍ବେ ଏକା

ଆଜିବି ସ୍ୱାଭିମାନ ମଳୟର ଗନ୍ଧ

ସ୍ୱାଧିନଚେତା ପବନ ବହେ ମନ୍ଦମନ୍ଦ

 ଓଡ଼ିଆ ଜାଣେନା ପ୍ରତାରଣା ଛନ୍ଦ

ପ୍ରତାରିତ କଲେ ଜାଗ୍ରତ ଓଡ଼ିଆ ଅଦ୍ୟ

ବୀରଭୂଇଁ ଓଡ଼ିଶା ପ୍ରଣାମ ଜିନ୍ଦାବାଦ।

ପରାଜୟ ନୁହେଁ ବିଜୟ ସ୍ୱେଦରେ ସ୍ଵାଦ

ମାଟି ମାଆ ପାଣି ପବନ ଅନିନ୍ଦ୍ୟ

ମାଆର ରକ୍ଷକ ଶ୍ରମିକ କୃଷକ ସୈନିକ

ମାଟିକୁ ସୁଜଳା ସୁଫଳା , ଢ଼ାଳି ନୈବେଦ୍ୟ

ପୁଣି ମାଗିଥାନ୍ତି ମାଆକୁ ଅମୃତ ଆଶିର୍ବାଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract