ପରାଜୟ
ପରାଜୟ
ଓଡ଼ିଆ ବୀରଙ୍କ ଜାତକ ସମୃଦ୍ଧ
ମରେ ଅବା ମାରେ କରି ଯୁଦ୍ଧ
ପରାଣ ଆତଙ୍କେ ମରିବା ନିଷିଦ୍ଧ
ବାହୁବଳରେ ଓଡିଆ ପାଇକ ପ୍ରସିଦ୍ଧ
ପରାଜୟ ନାହିଁ ବୀର ଜାତକେ
ମରେନା କେବେ ପରାଣ ଆତଙ୍କେ
ନିଜ ରକ୍ଷା ତଥା ଜାତିର ସ୍ୱରାଜେ
ବାଜେ ଦୁନ୍ଦୁଭି ଗହ ଗହ ନାଦେ
ଘରର ଘରଣୀ ସାଜେ ଦେଈ ଟୀକା
ବୀରଭୂମି ପାଇଁ ପ୍ରସ୍ତୁତ ସେ ଯୋଦ୍ଧା
ଡର ନାହିଁ ତାର ଜାତକରେ ଲେଖା
ଖୋରଧାଗଡ ପାଇକ ପରି ସର୍ବେ ଏକା
ଆଜିବି ସ୍ୱାଭିମାନ ମଳୟର ଗନ୍ଧ
ସ୍ୱାଧିନଚେତା ପବନ ବହେ ମନ୍ଦମନ୍ଦ
ଓଡ଼ିଆ ଜାଣେନା ପ୍ରତାରଣା ଛନ୍ଦ
ପ୍ରତାରିତ କଲେ ଜାଗ୍ରତ ଓଡ଼ିଆ ଅଦ୍ୟ
ବୀରଭୂଇଁ ଓଡ଼ିଶା ପ୍ରଣାମ ଜିନ୍ଦାବାଦ।
ପରାଜୟ ନୁହେଁ ବିଜୟ ସ୍ୱେଦରେ ସ୍ଵାଦ
ମାଟି ମାଆ ପାଣି ପବନ ଅନିନ୍ଦ୍ୟ
ମାଆର ରକ୍ଷକ ଶ୍ରମିକ କୃଷକ ସୈନିକ
ମାଟିକୁ ସୁଜଳା ସୁଫଳା , ଢ଼ାଳି ନୈବେଦ୍ୟ
ପୁଣି ମାଗିଥାନ୍ତି ମାଆକୁ ଅମୃତ ଆଶିର୍ବାଦ ।
