ମୋ' ନୁଆ ବର୍ଷ
ମୋ' ନୁଆ ବର୍ଷ
ଆନନ୍ଦ ଉଲ୍ଲାସେ ପ୍ରକମ୍ପିତ ହେଉ ଉତ୍କଳ ମାଟି
ପ୍ରତି ଦାଣ୍ଡରେ ପଡ଼ୁ ଓଡ଼ିଆଣୀଙ୍କ ସୁନ୍ଦର ଝୋଟି,
ଉତ୍ସବମୁଖର ହେଉ ଏ କଳାସଂସ୍କୃତିର ଧରଣୀ
ପ୍ରତି ମନେ ଅଙ୍କୁରିତ ହେଉ ନୁଆବର୍ଷର ବାଣୀ,
ସାରା ଦେଶ ଓ ବିଶ୍ୱକୁ ଜଣାଅ ଏ ଓଡ଼ିଶା କଥା
ମଥାପାତି ପ୍ରଣିପାତ କରିବା ମାଟିକୁ ଭୁଲି ବ୍ୟଥା,
ସବୁରି ମନରେ ଜନ୍ମ ନେଉ ଓଡ଼ିଆ ସ୍ୱାଭିମାନ
ସୈନିକ ସାଜି ରଖିବା ଓଡ଼ିଆ ଭାଷାର ସମ୍ମାନ,
ଆସ ସଂକଳ୍ପ ନେବା ପ୍ରତିଦିନ କିଛି ଲେଖିବା
ଓଡ଼ିଆ ପଣକୁ ଓ ଭାଷାକୁ ବିଶ୍ୱବିଦିତ କରିବା,
ଜୟ ଜଗନ୍ନାଥ, ମା' ଶାରଳାଙ୍କ ନେଇ ଆଶିଷ
କଳା, ସଂସ୍କୃତିକୁ ବଞ୍ଚାଲେ ରହିବ ଆମ ନିଶ୍ୱାସ।
