STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କେଣ୍ଟଫଲ

କେଣ୍ଟଫଲ

1 min
143


ଜୀବନରେ ପ୍ରଥମ ଥର

ଏକ ସୁଯୋଗ ମିଳିଥିଲା

ଦେବ ପୀଠ ହିମାଳୟର କିଛି ଅଂଶ

ମୋ ଚର୍ମ ଚକ୍ଷୁରେ ଦର୍ଶନ କରିବାର

ରହଣୀ ସ୍ଥଳ ହରଦ୍ଵାର ଋଷିକେଶ

ସେ ସମୟ ଥିଲା ମାଘ ମାସ ଜାଡ ଓ ଦେହଥରା ଶୀତ ଋତୁର

ହିମାଳୟ ପର୍ବତମାଳାର ପ୍ରାୟ ଚାରି ହଜାର ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ

ନଜର ପଡ଼ିଲା ଏକ ଜଳପ୍ରପାତ

କେଣ୍ଟଫଲ ବୋଲି ସ୍ଥାନୀୟ ଲୋକମାନେ କହନ୍ତି, ଜଳର ଗତିପଥରେ ତୀବ୍ରତା ବି ଅଛି, ଥଣ୍ଡାରେ ଦେହ ଶୀତେଇ ଯାଉଛି

ଚମରି ଗାଈ ସବୁ ପର୍ବତର ଅରଣ୍ୟ ମଧ୍ୟରେ, ବିଚରଣ କରୁଛନ୍ତି

ଶୀତ ସହିବାକୁ ଇଶ୍ଵର ସେମାନଙ୍କୁ ମୋଟା

ଚମଡାରେ ଢାଙ୍କି ଦେଇଛନ୍ତି

ଯେତିକି ଯେତିକି ଉପରକୁ ଚଢ଼ିବାକୁ ଚେଷ୍ଟା କଲୁ ସେତିକି ବି ଆଶ୍ଚର୍ଯ୍ୟ ହେଲି

ଅନ୍ତତଃ ଛହ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ

ଯାଇଛୁ, ତେଲିସ୍କପରେ ଦେଖିଛି

ଏକ କ୍ଷୀଣ ସ୍ରୋତରେ ବହିଯିବା ଗଙ୍ଗୋତ୍ରୀ ଧାର, ହରିଦ୍ଵାର ଠାରେ ଗଙ୍ଗା ନଦୀ ନାମେ ନାମିତ, ବଡ ମନ ମୁଗ୍ଧକର ଓ ଅଭୁଲା ସେ ଦୃଶ୍ୟ, ଅଳ୍ପକେ ଭାବିନେଲି କି ସୁନ୍ଦର ଆମ

 ହିମାଳୟ ପର୍ବତମାଳା

ଏଠାରେ ସବୁ ଅଛି, ପ୍ରାକୃତିକ ଶୋଭା ଓ ସମ୍ପଦ, ମୁନି ଋଷି ମାନଙ୍କର ପବିତ୍ର ଧାମ ତଥା ସାଧନା ସ୍ଥଳ, ବୋଧହୁଏ ସେଥିପାଇଁ କୁହାଯାଏ, ଯାହା ନାହିଁ ଭାରତେ, ତାହା ନାହିଁ ମରତେ,

କେଣ୍ଟଫଲ, ଗଙ୍ଗୋତ୍ରି ଧାର, ଅପୂର୍ବ ପ୍ରାକୃତିକ ଶୋଭା, ଚମରୀ ଗୋଧନ,

ସବୁକୁ ପ୍ରକାଶ କରି ଏବେ ସୁଦ୍ଧା ମୋ

ମନରେ ବସା ବାନ୍ଧି ରହିଛି

ଆମେ ଭାରତୀୟ କୋଟି ଜନତାଙ୍କ

ଚଲା ପଥରେ ସହାୟତା କରିଆସୁଥିବା

ଏକ ସନତାନୀ ଜାତି। ଯାହାର ଅବକ୍ଷୟ

ନାହିଁ, ଧନ୍ୟ ଆମ ହିମାଳୟ ସଂସ୍କୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action