କାହୁଁ ପାଇବା ମହତ ଗୁଣ
କାହୁଁ ପାଇବା ମହତ ଗୁଣ
ଅଶିକ୍ଷା ଅଜ୍ଞାନ ମଣିଷକୁ ଦିଏ
ଲାଭର ଲାଳସା
ଲାଭର ଲାଳସାରେ ହୁଏ ଲକ୍ଷପତି
ହେବା ନିଶା l୧l
ରାତାରାତି ଲକ୍ଷପତି ହେବା ନିଶାରେ
ପ୍ରତିକ୍ଷଣ
ବ୍ୟତିବ୍ୟସ୍ତ ହୁଏ, ତାହା ହୁଏ ମର୍ମାହତର
କାରଣ l୨l
ଅଶିକ୍ଷା ଅଜ୍ଞାନ ଚିନ୍ତାହୀନତାରେ ଲାଳସା
ବୃଦ୍ଧି ହୁଏ
ସେବା, ଭକ୍ତି, ସଂଯମ ଓ ସାଧନା ସବୁ
ଭୁଲି ଯାଏ l୩l
ଅନ୍ଧ କାମନାରେ ତୁଛ ଇନ୍ଦ୍ରିୟ ସୁଖରେ
ହୁଏ ଅଜ୍ଞାନ
ଅକାରଣ ମୋହ ଚାଲି ଆସେ ଚରିତ୍ରର
ହୁଏ ସ୍ଖଳନ l୪l
ଶିକ୍ଷାବଳେ ଜୀବନରେ ଭସ୍ମ ହୁଏ
ଅହଂକାର
ପ୍ରଭାବେ ନର ଛାଡ଼ଇ ନିଜ, ପର
ବାଛ ବିଚାର l୫l
ଶିକ୍ଷା ବଳେ ଜୀବନରେ ମଣିଷ
ହୁଅଇ ବିବେକବାନ
ଶିକ୍ଷା ପ୍ରୟୋଗେ ସରଳତାରେ ଦିଏ
ବୁଦ୍ଧିମତ୍ତାର ପ୍ରମାଣ l୬l
ଶିକ୍ଷକତା ନୁହେଁ ଛୋଟିଆ କାମ,
ମଣିଷ ତିଆରି କରେ
ମହାନୁଭବର ଆଲୋକ ଶିଷ୍ୟ ମନ
ମଧ୍ୟରେ ସେ ତ ଭରେ ।୭।
ନିଜେ ବୁଝି ବୁଝେଇବା କାର୍ଯ୍ୟ ପାଇଁ
ସାମର୍ଥ୍ୟ ତ ଦରକାର
ତୃଣ ଠାରୁ ମହାଦ୍ରୁମ କରି ଗଢିବାର
କାର୍ଯ୍ୟ ସ୍ୱତସିଦ୍ଧି ସାଧନାର ।୮।
ଯେଉଁ ଦେଶେ ଶିକ୍ଷକତା ଓ ଶିକ୍ଷା
ଉଭୟ ହୁଏ ବେପାର
ସେହି ଦେଶେ ଦକ୍ଷତା ଓ ମଣିଷତ୍ୱ
କିପରି ଆସିବ ଶିଷ୍ୟର ।୯।
ଶିଷ୍ୟର ଶକ୍ତି ଗୁରୁ ଭକ୍ତି, କର୍ତ୍ତବ୍ୟ
ନିଷ୍ଠା ଥିଲା ତା' ଅଙ୍ଗ ଭୂଷଣ
ଶିକ୍ଷା ତ ଆଜି ବେପାର ହୋଇଛି,
ଗୁରୁ କାହିଁକି ପାଇବ ସେ ମାନ ।୧0।
ସଦାଚାର ଆଉ ସତ୍ୟ ନିଷ୍ଠାବାନ୍ ମଣିଷ
ମିଳିବେନି ସେ ସମାଜରେ
ଭୂମି ଓ ମଣିଷତ୍ୱ ରକ୍ଷାର ଭାଷା କିପରି
ପଶିବ ସେପରି ଶିକ୍ଷାରେ ।୧୧।
