STORYMIRROR

Chittaranjan Nanda

Abstract Action Inspirational

3  

Chittaranjan Nanda

Abstract Action Inspirational

କାହୁଁ ପାଇବା ମହତ ଗୁଣ

କାହୁଁ ପାଇବା ମହତ ଗୁଣ

1 min
152

ଅଶିକ୍ଷା ଅଜ୍ଞାନ ମଣିଷକୁ ଦିଏ 

ଲାଭର ଲାଳସା

ଲାଭର ଲାଳସାରେ ହୁଏ ଲକ୍ଷପତି 

ହେବା ନିଶା  l୧l


ରାତାରାତି ଲକ୍ଷପତି ହେବା ନିଶାରେ

ପ୍ରତିକ୍ଷଣ

ବ୍ୟତିବ୍ୟସ୍ତ ହୁଏ, ତାହା ହୁଏ ମର୍ମାହତର 

କାରଣ  l୨l


ଅଶିକ୍ଷା ଅଜ୍ଞାନ ଚିନ୍ତାହୀନତାରେ ଲାଳସା 

ବୃଦ୍ଧି ହୁଏ

ସେବା, ଭକ୍ତି, ସଂଯମ ଓ ସାଧନା ସବୁ 

ଭୁଲି ଯାଏ l୩l


ଅନ୍ଧ କାମନାରେ ତୁଛ ଇନ୍ଦ୍ରିୟ ସୁଖରେ 

ହୁଏ ଅଜ୍ଞାନ

ଅକାରଣ ମୋହ ଚାଲି ଆସେ ଚରିତ୍ରର

ହୁଏ ସ୍ଖଳନ l୪l


ଶିକ୍ଷାବଳେ ଜୀବନରେ ଭସ୍ମ ହୁଏ 

ଅହଂକାର

ପ୍ରଭାବେ ନର ଛାଡ଼ଇ ନିଜ, ପର 

ବାଛ ବିଚାର l୫l


ଶିକ୍ଷା ବଳେ ଜୀବନରେ ମଣିଷ 

ହୁଅଇ ବିବେକବାନ

ଶିକ୍ଷା ପ୍ରୟୋଗେ ସରଳତାରେ ଦିଏ 

ବୁଦ୍ଧିମତ୍ତାର ପ୍ରମାଣ l୬l


ଶିକ୍ଷକତା ନୁହେଁ ଛୋଟିଆ କାମ, 

ମଣିଷ ତିଆରି କରେ

ମହାନୁଭବର ଆଲୋକ ଶିଷ୍ୟ ମନ

ମଧ୍ୟରେ ସେ ତ ଭରେ ।୭।


ନିଜେ ବୁଝି ବୁଝେଇବା କାର୍ଯ୍ୟ ପାଇଁ

ସାମର୍ଥ୍ୟ ତ ଦରକାର

ତୃଣ ଠାରୁ ମହାଦ୍ରୁମ କରି ଗଢିବାର 

କାର୍ଯ୍ୟ ସ୍ୱତସିଦ୍ଧି ସାଧନାର ।୮।


ଯେଉଁ ଦେଶେ ଶିକ୍ଷକତା ଓ ଶିକ୍ଷା

ଉଭୟ ହୁଏ ବେପାର

ସେହି ଦେଶେ ଦକ୍ଷତା ଓ ମଣିଷତ୍ୱ 

କିପରି ଆସିବ ଶିଷ୍ୟର ।୯।


ଶିଷ୍ୟର ଶକ୍ତି ଗୁରୁ ଭକ୍ତି, କର୍ତ୍ତବ୍ୟ 

ନିଷ୍ଠା ଥିଲା ତା' ଅଙ୍ଗ ଭୂଷଣ

ଶିକ୍ଷା ତ ଆଜି ବେପାର ହୋଇଛି,

ଗୁରୁ କାହିଁକି ପାଇବ ସେ ମାନ ।୧0।


ସଦାଚାର ଆଉ ସତ୍ୟ ନିଷ୍ଠାବାନ୍ ମଣିଷ 

ମିଳିବେନି ସେ ସମାଜରେ

ଭୂମି ଓ ମଣିଷତ୍ୱ ରକ୍ଷାର ଭାଷା କିପରି

ପଶିବ ସେପରି ଶିକ୍ଷାରେ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract