ଜହ୍ନ
ଜହ୍ନ
ଯୁଆଡେ ଗଲେ ଦେଖୁଛି
ତୁମେ ଅଛ ପାଖେ ପାଖେ
ରାତିର ଚିହ୍ନ
ଚନ୍ଦ୍ରଭାଗା କୋଣାର୍କରେ
ଅବା ଗଙ୍ଗା ସଙ୍ଗମ କ୍ଷେତ୍ରରେ
ଶୁଖିଲା ଗୟା ଘାଟରେ
ତୁମେ ହିଁ ସତ୍ୟ ସୁନ୍ଦର ଅଭିନ୍ନ
ନଦୀରେ ତୁମ ଛାଇ
ପ୍ରତିଛବି ଦେଖି ନାଉରିଆ ଭାଇ
ବେଳ କାଳ ଜାଣି ନେଇ
କହେ ନଈର ବାହାକ ବାହନ
ନୀଳ ଆକାଶରେ ଯେପରି ଜହ୍ନ
ତୁ ପରିଷ୍କାର ପରିଚ୍ଛନ୍ନ
ଯେଣେ ଯାଏ ଯିଏ ନାଆ ବାହି
ଜହ୍ନ ରହିଥାଏ ଚାହିଁ
ଭେଦଭାବ ରଖେ ନାହିଁ
ସବର୍ଣ୍ଣ କି ବିବର୍ଣ୍ଣ ଅବା ଅସବର୍ଣ୍ଣ
କବିର ଭାବଗ୍ରାହି ଲେଖକ ଲେଖୁଥାଇ
କି ରାତି କି ଦିନ
ଭାବୁଥାଏ ଦେଖି ଜହ୍ନ
ଦେବାକୁ ଟିକିଏ ମନ
ତୁ କାହାପାଇଁ ନିଳଜହ୍ନ
କାହାର ମଲାଜହ୍ନ
ମାନୁନି କାହାର ମନ ଦେଖି କଳା ଚିହ୍ନ
ବେଦଭାବ ତୋର ନାହିଁ
କାଳିଆ ସାଆନ୍ତ ଅନ୍ତରେ ରହି
ଦିଅନ୍ତି ସତେ କହି
ଜହ୍ନ ସବୁରି ପ୍ରିୟ ସତ୍ୟ ସନାତନ
ବିକେନ୍ଦ୍ରିକରଣରେ ନୁହେଁ ଉଛନ ତା ମନ
ଉଲୁଗୁଣା ଦିଏ ନାହିଁ
ସରଳତା ତାର ନିବେଦନ
ମଣିଷପଣିଆର ସମ୍ବେଦନ
ଯୁଆଡେ ଯିବ ନାଆ ଆସୁ ବତାସ ବାଆ
ଜହ୍ନ ଥିଲେ ଅଛି ମଣିକାଞ୍ଚନ ।
