STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଜହ୍ନ

ଜହ୍ନ

1 min
163

ଯୁଆଡେ ଗଲେ ଦେଖୁଛି

ତୁମେ ଅଛ ପାଖେ ପାଖେ

ରାତିର ଚିହ୍ନ

ଚନ୍ଦ୍ରଭାଗା କୋଣାର୍କରେ

ଅବା ଗଙ୍ଗା ସଙ୍ଗମ କ୍ଷେତ୍ରରେ

ଶୁଖିଲା ଗୟା ଘାଟରେ

ତୁମେ ହିଁ ସତ୍ୟ ସୁନ୍ଦର ଅଭିନ୍ନ

ନଦୀରେ ତୁମ ଛାଇ

ପ୍ରତିଛବି ଦେଖି ନାଉରିଆ ଭାଇ

ବେଳ କାଳ ଜାଣି ନେଇ

କହେ ନଈର ବାହାକ ବାହନ

ନୀଳ ଆକାଶରେ ଯେପରି ଜହ୍ନ

ତୁ ପରିଷ୍କାର ପରିଚ୍ଛନ୍ନ

ଯେଣେ ଯାଏ ଯିଏ ନାଆ ବାହି

ଜହ୍ନ ରହିଥାଏ ଚାହିଁ

ଭେଦଭାବ ରଖେ ନାହିଁ

ସବର୍ଣ୍ଣ କି ବିବର୍ଣ୍ଣ ଅବା ଅସବର୍ଣ୍ଣ

କବିର ଭାବଗ୍ରାହି ଲେଖକ ଲେଖୁଥାଇ

କି ରାତି କି ଦିନ

ଭାବୁଥାଏ ଦେଖି ଜହ୍ନ

ଦେବାକୁ ଟିକିଏ ମନ

ତୁ କାହାପାଇଁ ନିଳଜହ୍ନ

କାହାର ମଲାଜହ୍ନ

ମାନୁନି କାହାର ମନ ଦେଖି କଳା ଚିହ୍ନ

ବେଦଭାବ ତୋର ନାହିଁ

କାଳିଆ ସାଆନ୍ତ ଅନ୍ତରେ ରହି

ଦିଅନ୍ତି ସତେ କହି

ଜହ୍ନ ସବୁରି ପ୍ରିୟ ସତ୍ୟ ସନାତନ

ବିକେନ୍ଦ୍ରିକରଣରେ ନୁହେଁ ଉଛନ ତା ମନ

ଉଲୁଗୁଣା ଦିଏ ନାହିଁ

ସରଳତା ତାର ନିବେଦନ

ମଣିଷପଣିଆର ସମ୍ବେଦନ

ଯୁଆଡେ ଯିବ ନାଆ ଆସୁ ବତାସ ବାଆ

ଜହ୍ନ ଥିଲେ ଅଛି ମଣିକାଞ୍ଚନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract