STORYMIRROR

Kabiratna Nutan Kumar Behera

Action Inspirational

3  

Kabiratna Nutan Kumar Behera

Action Inspirational

ସ୍ବାଗତମ୍ ହେ ଓଡି଼ଆ ନବ ବରଷ

ସ୍ବାଗତମ୍ ହେ ଓଡି଼ଆ ନବ ବରଷ

1 min
148


ସ୍ଵାଗତମ୍ ସ୍ଵାଗତମ୍ ସ୍ଵାଗତମ୍

ହେ ! ଓଡି଼ଆ ନବ ବରଷ 

ପହିଲି ବୈଶାଖ ମାସରେ ଆସ,

ଝାଞ୍ଜି ଖରା ତାତିକୁ ସାଥୀରେ ଧରି

ଓଡି଼ଆଙ୍କ ମନେପ୍ରାଣେ ଆଣିଦିଅ ହରଷ।

ଋତୁରାଜ ବସନ୍ତର ବର୍ଣ୍ଣାଢ୍ୟ ସମ୍ଭାର

ଭରି ଥିଲା ହୃଦୟରେ ଉଲ୍ଲାସ,

ହେବା ପରେ ତା' ଭୂମିକାର ଶେଷ

ଆଉ ଏକ ନୂଆ ଋତୁକୁ ଦିଅ ଜୀବନ୍ୟାସ।

ସ୍ଵାଗତମ୍ ସ୍ଵାଗତମ୍ ସ୍ଵାଗତମ୍

ହେ ! ଓଡି଼ଆ ନବ ବରଷ

ତୁମ ଆଗମନେ ଦେବାଦେବୀ ପୁଣ୍ୟପୀଠ 

ସୁନ୍ଦର ଦିଶେ ସାଜସଜ୍ଜ୍ୟାର ପରିବେଶ,

ପୂଜା ଅର୍ଚ୍ଚନାରେ ଶ୍ରଦ୍ଧାଳୁ ଭାବମୟ 

ପବିତ୍ର ପ୍ରାଣେ ସ୍ବଚ୍ଛ ମନେ ମାଗେ ଆଶିଷ।

ଫୁଟେ ମଲ୍ଲୀ ଚମ୍ପା ମାଳତୀ ବଉଳ ଫୁଲ

ଚଉପାଶେ ମହକି ଯାଏ ସୁବାସ,

ନୂଆ ପଞ୍ଜିକାର ହୋଇ ଶୁଭ ଉନ୍ମୋଚନ

ପ୍ରଚଳିତ ହୁଏ ପର୍ବପର୍ବାଣୀ ବ୍ରତ ବିବାହ

ସ୍ଥିରହୁଏ ବାର ତିଥି ଶୁଭଲଗ୍ନର ଦିବସ।

ସ୍ବାଗତମ୍ ସ୍ବାଗତମ୍ ସ୍ଵାଗତମ୍

ହେ ! ଓଡି଼ଆ ନବ ବରଷ

ଏ ସଂକ୍ରାନ୍ତିରୁ ଗ୍ରୀଷ୍ମଋତୁ ଭାବେ କର ପ୍ରବେଶ,

ଛତୁଆ ତରଭୁଜ ପଣା ଥଣ୍ଡା ପାନୀୟରେ

ତୃଷା ନିବାରି ଆତ୍ମା ହୁଏ ସନ୍ତୋଷ।

ତୁଳସୀଚଉରା ଉପରେ ଝୁଲାଇ ବସୁନ୍ଧରା

ଜଳଦାନର ମହତ୍ତ୍ଵ କର ପ୍ରକାଶ,

ବୁଝାଇ ଦିଅ ଜଳ ହିଁ ଜୀବନର ପ୍ରତୀକ

ଗ୍ରୀଷ୍ମ ପ୍ରବାହରେ ସ୍ଥିତି ସଂକଟାପନ୍ନ

ଜଳ ବିନା ସୃଷ୍ଟି ହୋଇ ପାରେ ନାଶ।

ସ୍ବାଗତମ୍ ସ୍ବାଗତମ୍ ସ୍ବାଗତମ୍

ହେ ! ଓଡି଼ଆ ନବ ବରଷ

ଗୁରୁ ରୂପରେ ଶିଷ୍ୟକୁ ଶିଖାଇବାକୁ ଆସ,

କଷ୍ଟରୁ ଜୀବନ ଗଠନର ଆରମ୍ଭ

ଧୈର୍ଯ୍ୟ ସହିଷ୍ଣୁତା ଶ୍ରମ ସାଧନ ସାହସ

ଭରିଦିଏ ସୁଖ ସମୃଦ୍ଧିରେ ପ୍ରାଣ ପିୟୁଷ।

ନବ ବରଷରେ ଦିଅ ନବ ସନ୍ଦେଶ

ସୂଚାଇ ଦିଅ ପ୍ରଥମରେ ଯା' ଦୁଃଖଦାୟକ

ପଶ୍ଚାତରେ ସେ ମଧୁମୟ ସରସ,

ଜୀବନକୁ ପ୍ରେରିତ କରେ ଲକ୍ଷ୍ୟ ପଥେ

ଭରସା ଦେଇ ସୃଷ୍ଟି କରାଏ ଆତ୍ମବିଶ୍ଵାସ।

ସ୍ଵାଗତମ୍ ସ୍ବାଗତମ୍ ସ୍ବାଗତମ୍

ହେ ! ଓଡି଼ଆ ନବ ବରଷ

ସଭିଁଙ୍କ ଜୀବନେ ଭରିଦିଅ ସୁଖ ସମୃଦ୍ଧି

ହସ ଖୁସିରେ ରହି ଥାନ୍ତୁ ସକଳେ 

ମାନ ଯଶ କୀର୍ତ୍ତି ଖ୍ୟାତିର ହେଉ ଶ୍ରୀବୃଦ୍ଧି,

ଜୀବନର ଚଲା ପଥ ହେଉ ସୁଗମ

ଶ୍ରମ ସାଧନାରେ ଥାଇ ଏ ଜାତି ଲଭୁ ସିଦ୍ଧି

ମନେ ପ୍ରାଣେ ଭରି ଦିଅ ଅଶେଷ ବୁଦ୍ଧି।

ଶାରୀରିକ ମାନସିକ ସ୍ଵାସ୍ଥ୍ୟ ରହୁ ସୁସ୍ଥ ସୁନ୍ଦର

ବଞ୍ଚିରହୁ ଓଡି଼ଆର ସ୍ବତନ୍ତ୍ରତା ସ୍ଵାଭିମାନ,

ସବୁରି ସାଥୀରେ କରାଅ ଭାବ ବିନିମୟ 

ତୃପ୍ତିଦାୟକ ଶାନ୍ତିପ୍ରଦ କରିଦିଏ ଏ ଜୀବନ।

ସ୍ବାଗତମ୍ ସ୍ବାଗତମ୍ ସ୍ବାଗତମ୍

ହେ ! ଓଡି଼ଆ ନବ ବରଷ ..



Rate this content
Log in

Similar oriya poem from Action