STORYMIRROR

Chittaranjan Nanda

Abstract Action

3  

Chittaranjan Nanda

Abstract Action

ଶୁଦ୍ଧ ବାତାବରଣ ଛବି

ଶୁଦ୍ଧ ବାତାବରଣ ଛବି

1 min
221


ସଦା ଚିନ୍ତାଧାରା ବଦଳିବ, ଚାଲି ଚଳନ ବି 

ବଦଳିବ ସମୟର କରାଳ ଚକ୍ରରେ 

ପ୍ରକୃତି ନିୟମେ ସର୍ବେ ପରା ହୋଇଛେ ବନ୍ଧା, 

ସଂସାର ଚାଲେ ତାହାର ନୀତିରେ ।।


ପ୍ରକୃତି ନିୟମକୁ ପାଳନ କରିଲେ ସିନା 

ଶୀତଳ ସମୀର ଆସେ

ପ୍ରକୃତିକୁ ବାନ୍ଧିବାକୁ ଚେଷ୍ଟାରେ, ତାଣ୍ଡବ ଲୀଳା 

ଭୋଗିବା, ଆସେ ସଭିଙ୍କ ଗବlକ୍ଷ ପାଶେ ।।


କାଳ ବୈଶାଖୀ ତାଣ୍ଡବର ନିନାଦରେ ଫଳ 

ପୁଷ୍ପ ଓ ପତ୍ରଝଡା ହେଉଛି 

ପ୍ରକୃତି ଉପରେ ଅତ୍ୟାଚାର ଚେଷ୍ଟାରେ ଦେଖ 

କିପରି ମଣିଷକୁ ଉପହାସ କରୁଛି  ।।


ବିବେକବିହୀନ ଜ୍ଞାନର ଉପଯୋଗେ ଗଛ ହାଣି 

ଦେଇ ଆମେ କିଣା ଅମ୍ଳଜାନ ଖୋଛୁଛେ

ଜରି ପଲିଥିନ୍ ରେ ଭର୍ତ୍ତି କିଣା ପାଣି ପିଇ ଏବେ

କେମିତି ବିନାଶ ଓ ଧ୍ୱଂସକୁ ଆମନ୍ତ୍ରଣ କରୁଛେ ।।


ହସିବାକୁ ଚେଷ୍ଟା କରୁଛେ କେମିତି ହସିବା ହସି 

ତ ପାରୁନେ ଦୁଃଖଭରା ଜୀବନ ଆମର,

କେମିତି ଚାହିଁବା ସୁମନ ଗନ୍ଧ, ମିଳିବନି, ପୁରୁଣା ଶୁଦ୍ଧ

ବାତାବରଣର ଛବି ରହେ ଖାଲି ଆଖିରେ ଆମର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract