STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଗ୍ରୀଷ୍ମ ଗୋଧୂଳି

ଗ୍ରୀଷ୍ମ ଗୋଧୂଳି

1 min
149

ଗ୍ରୀଷ୍ମ ଜ୍ଜ୍ୱାଳା ପିଡାଦାୟକ

ଡହଳ ବିକଳ ଚରିଆଡଯାକ

ଗ୍ରୀଷ୍ମ ଗୋଧୂଳି ବାହୁଡା଼ ବେଳ

ହମାରଡ଼ି ଦେଇ ଗାଈ ଓ ଗାଇଆଳ

ତୁଷାର୍ତ୍ତ ପରାଣ ଆକୁଳ ବିକଳ

ବାଢ଼ିଦିଏ ଯିଏ ଶାଗ ପଖାଳ

ବିଶ୍ୱାସ ଭରସାରେ ସ୍ଥାନ କାଳ

ବିଚରା ଗୋରୁଙ୍କ ଅବସ୍ଥା ବୁଝି

ତୋରାଣି ସାଥିରେ ପାଣିକୁ ଖଞ୍ଜି

ରଖିଦିଏ ଯିଏ ପୁଣ୍ୟ କରେ ସିଏ

ଗୋମାତା ସେବା ମାନବିକତା ଜଗାଏ

ସଞ୍ଜ ସଳିତା ଜାଳିବା ପୂର୍ବରୁ

ଫେରନ୍ତା ପକ୍ଷୀ ନୀଡ଼କୁ ଯିବା ଆଗରୁ

ଜଳ ଦାନ ଦେଇ ମହତ ଆପଣେଇ

ପୁଣ୍ୟବାନ ସେଇ ମର୍ତ୍ତ୍ୟମଣ୍ଡଳେ ଥାଏରହି

ଗଛ ପତ୍ର ତରୁ ଲତା ଓ ଜୀବ ସବୁରି

ଜଳ ବିନା ଜୀବନ ମୃତବତ୍ ସରି

ଗ୍ରୀଷ୍ମ ଗୋଧୂଳରେ ଜଳଦାନେ ପୁଣ୍ୟକରି

ପଡେ ନାହିଁ ମୂଲ୍ୟ ଜଳ ଦାନରେ

ତୁଷାର୍ତ୍ତ ପିଇବ ମୁନ୍ଦେ ଜଳ ଭାବନାରେ

ଲଭିବା ଶାନ୍ତି ସଦ୍ଭାବ ପ୍ରୀତି ଓ ମୈତ୍ରୀ

ବଞ୍ଚିବ ପ୍ରାଣ ଗ୍ରୀଷ୍ମ ଗୋଧୂଳି ବେଳାଟି ଶକ୍ତି

ବସା ହେଉ ନିଡ କି କୋଠା ଚାଳ ଛପର

ନଥାଉ ଦାନା କି କନା ଥାଉ ଜଳ ଆହାର

ଗ୍ରୀଷ୍ମଗୋଧୂଳି ବେଳା ର କ୍ଳାନ୍ତି

ଜଳ ଦେଇପାରେ ଅମାପ ଶକ୍ତି

ସୃଷ୍ଟିର ଉତ୍ସ ଭରେ ଜୀବନ ପାବଛ

ଜଳ ଦାନ ମହା ପୂନ୍ୟ ବିଚାରି ସର୍ବେ

ଗ୍ରୀଷ୍ମ ଗୋଧୂଳିରେ ଜଳଦାନ କରିବା ଆଗେ ।



Rate this content
Log in

Similar oriya poem from Abstract