STORYMIRROR

Anjana Naik,Anju..Deogarh

Action

3  

Anjana Naik,Anju..Deogarh

Action

ଥରେ ଭାବି ଦେଖ

ଥରେ ଭାବି ଦେଖ

1 min
161

 ମୁଁ ଦୂର ପାହାଡ଼ର ଅଚ଼ିହ୍ନା ଫୁଲର ବାସ

ତୁମେ ମନ ରାଇଜର

କୁହୁଡି଼ ରାତିର

ପାହାନ୍ତିଆ ତାରା ମହୁଆ ନିଶାରେ ସିକ୍ତ ।


ମୁଁ ଜାଦୁ ନଗରୀରେ ପରୀର କାଉଁରୀ ଅଳକାନନ୍ଦା 

ତୁମେ ନିଳ ଆକାଶର

ଗଣ୍ଡ ଗହିରୀର

ଝଡ଼ିବରଷାର ଟୋପା ଟୋପା ବର୍ଷା ବୁନ୍ଦା ।


ମୁଁ ଶୀତ ସକାଳର କଅଁଳ ଗଙ୍ଗଶିଉଳି

ତୁମେ ଅସ୍ତ ଆକାଶରେ

ଖିଆଲି ମନର

ବଂଶୀ ସ୍ବନ ସାଥେ ଗୋଧୂଳି ବେଳାର ଧୂଳି ।


ମୁଁ ନିହାତି ଗାଉଁଲି ଷୋଡ଼ଶୀ ଅଳସି କନ୍ୟା

ତୁମେ ଭଅଁର ଅମାନିଆ

ଏଇ ମନରୁ ମନକୁ

ତୁମେ ଭିଜା ହୃଦୟରେ ଶ୍ରାବଣରେ କର ବନ୍ୟା ।


ମୁଁ ଫଗୁଣର ଦୂତ ହଳଦୀ ବସନ୍ତ ରାଗ

ତୁମେ ପିଙ୍ଗଳ ପତ୍ରକଢ଼ି

କୃଷ୍ଣ ଚୁଡା଼ର ବଣ

ବିଛେଇ ହୋଇ ଭୂଇଁରେ ପଡ଼ିଛି ପାଇ ସରାଗ ।


Rate this content
Log in

Similar oriya poem from Action