STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ସନ୍ଧ୍ୟା ଭାବନା

ସନ୍ଧ୍ୟା ଭାବନା

1 min
207


ଦିନମଣି ଏବେ    ପଶ୍ଚିମ ଦିଗରେ

         ହୋଇଯାନ୍ତି ଅସ୍ତମିତ

ସଂଜ ଆଗମନେ    ସଧବା ବୋହୂଟି

         ସଂଜ ଜାଳିବାରେ ରତ।


ବିହଙ୍ଗମ ଗଣ      ନୀଡ଼କୁ ଫେରନ୍ତି

         ଅନାଇ ଛନ୍ତି ଶାବକ

ଦିନ ପଥ ଶ୍ରମ      ମେଣ୍ଟାଇ ଦିଅନ୍ତି

        ଶାନ୍ତ ନୀଡ଼ର ଭେକ।


ଚଷା ଭାଇ ଫେରେ     କ୍ଷେତରୁ ତାହାର

          ଲଙ୍ଗଳ ବଳଦ ଧରି

ଘରେ ତା ଗୃହିଣୀ      ଅନାଇ ବସିଛି

          ଶ୍ରମ ଭୁଲେ ସେବା ପାଇ।


ଗହଳ କିଆରୀ     ମଝିରେ ଶୁଭୁଛି

        ବିଲୁଆ ହୁକେହୋ ସ୍ଵର

ଅଭୁଝା ଶିଶୁଟି      ଶୋଇ ତ ପଡ଼ଇ

        ମାଡ଼ି ଆସଇ ଅନ୍ଧାର।


ପ୍ରାଣୀଙ୍କ ଗହଳ     ଚହଳ କମଇ

         ନିଶୁନ ହୁଅଇ ରାତି

ନିଶାଚର ପ୍ରାଣୀ     ଆନନ୍ଦେ ଭ୍ରମନ୍ତି

         ଏହା ନିୟତିର ରୀତି।


ମହୋଦଧି ତୀର     ତରଙ୍ଗ ପ୍ରବଳ

        ଶୁଭିଯାଏ ରହି ରହି

ଦୂର ବଣ ଆଡୁ     ବନଚର ପ୍ରାଣୀ

         ସ୍ଵର ଆସେ ବାଆ ବହି।


ସଂଜର ଭାବନା    ଭଳି ଭଳି ଆସେ

          ସୃଷ୍ଟିର ଏକ ବିଧାନ

ସକାଳ ଯେଉଁଠି     ସଂଜ ହିଁ ସେଇଠି

         ଯୁଗ ଯୁଗକୁ ନିର୍ମାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action