Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ସେଡିଶନ ଧାରା ହଟାଅ

ସେଡିଶନ ଧାରା ହଟାଅ

1 min
208



ମଣିଷ ରୀତିମତ ଶତରଞ୍ଜ ଖେଳ ଖେଳେ 

ସୈତାନ୍ ଆଉ ବହୁରୂପୀ ରୂପ ମଧ୍ୟରେ

ଅଯଥା ଯୁକ୍ତି ଅନ୍ଧତ୍ୱକୁ ହେତୁବାନ୍ ମାନେ ମଥା 

ପାତି ଗ୍ରହଣ କରନ୍ତି ନାହିଁ ସହଜରେ |୧|


ଅନ୍ଧ ବିଶ୍ୱାସୀ ଯେତେ ସର୍ବଦା ସହିଥାନ୍ତି ବିଭତ୍ସ 

ଶୋଷଣ, ମାନସିକ ଅତ୍ୟାଚାର ନୀରବରେ 

ବିପ୍ଳବୀ ଯଥାର୍ଥତାର ହାସଲ ପାଇଁ ବିଦ୍ରୋହ କରି

ଥାଏ ପ୍ରତିକୂଳ ପରିସ୍ଥିତି ପରିପ୍ରେକ୍ଷୀରେ  |୨|


କଅଣ ପାଇଁ ବିପ୍ଳବୀ ମୁଣ୍ଡପାତି ଶୁଣିବ ଓ ସହିବ, 

ଡରିବନି ନ୍ୟାୟ ପଥରେ ଚାଲିବାକୁ

ଦୃଢ ହୋଇ ଚାଲିଲେ, ମିଶି କରି ଲଢିଲେ, ସର୍ବେ 

ବୁଝିବେ ପୁଞ୍ଜିବାଦର ଯେତେ ଚାଲ୍ ଗୁଡିକୁ |୩|


ଆତ୍ମ ସମ୍ମାନ ବୁଝେ ଯାହାର ଥାଏ ମଣିଷତ୍ୱ ବିବେକ, 

ଫରକ୍ ବାଛେ ବିକୃତଜୀବି ଓ ମଣିଷ ଭିତରେ 

କିଏ ବନ୍ଧୁ, କିଏ ଦରଦୀ, କିଏ ସୈତାନ୍ ହୋଇ ସୃଷ୍ଟି 

କରେ ଭେଦଭାବ ନିଜ ସ୍ୱାର୍ଥ ହାସଲରେ |୪|


ଅନ୍ୟାୟ ବିରୁଦ୍ଧରେ ମନରେ ଆସେ ଝଡ଼, ମନେ 

ରଖ ବିପ୍ଳବୀ ନୁହେଁ ତ କାହାରି ଛାୟା 

ଏକ ରୂପରେଖ ନିଜ ଭିତରେ ଅତ୍ୟାଚାର ବିରୁଦ୍ଧେ 

ଡାଇନାମାଇଟ୍ ପରି ସାଇତି ଥିବା ତେଜସ୍କ୍ରିୟା |୫|


ଅନାଚାର ବିରୋଧରେ ପ୍ରତିବାଦକୁ ବିଦ୍ରୋହ କହିବା

ପୁଂଜିବାଦର ଏକ ସାମ୍ପ୍ରତିକ ଢାଲ ଏବେ

ପିଂଗଳ କୋଡର ସେଡିଶନ ୧୨୪ କ ଧାରାକୁ, ଦିନ 

ଆସିବ ସେ ଢାଲର ଦୁର୍ବିନିଯୋଗ ଲୋକ ବୁଝିବେ |୬|



Rate this content
Log in

Similar oriya poem from Abstract