STORYMIRROR

Jyotsna Acharya

Abstract Action Children

3  

Jyotsna Acharya

Abstract Action Children

ପ୍ରୟାସ

ପ୍ରୟାସ

1 min
244

ଅଜିବ ସେ ପିଲାଦିନ 

ବର ଓହଳର କ୍ଷୀପ୍ରତା

ଉଡାଜାହାଜର ସ୍ବପ୍ନ

ବୁଡା ପହଁରାରେ 

ବୁଡାଜାହାଜର ଗଭୀରତା

ସତରେ ଜୀବନ ରାସ୍ତାର 

ଲେଉଟାଣି ବେଳାରେ 

ମନର ବେଗକୁ

ଜୋର ସେ ଫିଙ୍ଗୁଥିଲା

ତା ମାଟି ଅଗଣାରେ ତ କେବେ

ସ୍କୁଲର ଖେଳ ପଡିଆରେ।

ଆଉ ଆଧୁନିକ ପ୍ରର୍ଯ୍ୟାରେ

ନିଜକୁ ଦେଖୁଥିଲା

ଯୁବପିଢିର କଲେଜ ଲାଇବ୍ରେରୀରେ,

ବୟସ କୁ ଆକୁଳ ନିବେଦନ-

ସମୟ କୁ ରୋକିବାର ପ୍ରୟାସ

ଏମିତି ହଜିଯାଇଥିଲା

କିଛି ବର୍ଷ ତଳକୁ।

ମନ ଚକ୍ଷୁ ଦେଖୁଥିଲା ସେମାନଙ୍କୁ

କାଲିର ବୈଞାନିକ ରୂପେ 

ଦେଶକୁ ଆଗେ ବଢେଇ ନେବାର

ସଂକଳ୍ପରେ

ସେମାନଙ୍କ ପରିଶ୍ରମ 

ଝାଞ୍ଜି ଖରା ରେ

ସମସ୍ତ ଅସ୍ବାଭାବିକ

ସ୍ଥିତିରେ ନିଜକୁ ସାମାଲି

କହିବାର ପ୍ରୟାସ

ସତରେ ମନ ବିବେକ ସବୁ ବାରମ୍ବାର

ସେମାନଙ୍କୁ ସାଲାମ କରୁଥିଲା।

ନିଜକୁ ଭଗବାନଙ୍କ ସରଣରେ

ପ୍ରଶ୍ନଟିର ଉତ୍ତର ଅନୁଛ୍ଛେଦରେ

ମଣିଷ ଚାରିଟି ଅବସ୍ଥା ଆଉ ପ୍ରହରର

ମର୍ତ୍ତ ବୈକୁଣ୍ଠରେ

ଲୀଳା ତଥା 

ବଦ୍ରୀନାଥ ସ୍ନାନ ପୁଣି ଦ୍ବାରିକାରେ ବସ୍ତ୍ର 

ଜଗନ୍ନାଥ ପୁରୀ ଭୋଜନରେ 

ଆଉ ଶୟନ ରାମେଶ୍ବରମ

ଭାବନରେ ସମୟ ଘଣ୍ଟିରେ

ମନର ଘଣ୍ଟା ଟନଟନ କରି ବାଜି ଉଠୁଥିଲା 

ବର୍ତ୍ତମାନ ସମୟର ଦ୍ବାହୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract