ପ୍ରୟାସ
ପ୍ରୟାସ
ଅଜିବ ସେ ପିଲାଦିନ
ବର ଓହଳର କ୍ଷୀପ୍ରତା
ଉଡାଜାହାଜର ସ୍ବପ୍ନ
ବୁଡା ପହଁରାରେ
ବୁଡାଜାହାଜର ଗଭୀରତା
ସତରେ ଜୀବନ ରାସ୍ତାର
ଲେଉଟାଣି ବେଳାରେ
ମନର ବେଗକୁ
ଜୋର ସେ ଫିଙ୍ଗୁଥିଲା
ତା ମାଟି ଅଗଣାରେ ତ କେବେ
ସ୍କୁଲର ଖେଳ ପଡିଆରେ।
ଆଉ ଆଧୁନିକ ପ୍ରର୍ଯ୍ୟାରେ
ନିଜକୁ ଦେଖୁଥିଲା
ଯୁବପିଢିର କଲେଜ ଲାଇବ୍ରେରୀରେ,
ବୟସ କୁ ଆକୁଳ ନିବେଦନ-
ସମୟ କୁ ରୋକିବାର ପ୍ରୟାସ
ଏମିତି ହଜିଯାଇଥିଲା
କିଛି ବର୍ଷ ତଳକୁ।
ମନ ଚକ୍ଷୁ ଦେଖୁଥିଲା ସେମାନଙ୍କୁ
କାଲିର ବୈଞାନିକ ରୂପେ
ଦେଶକୁ ଆଗେ ବଢେଇ ନେବାର
ସଂକଳ୍ପରେ
ସେମାନଙ୍କ ପରିଶ୍ରମ
ଝାଞ୍ଜି ଖରା ରେ
ସମସ୍ତ ଅସ୍ବାଭାବିକ
ସ୍ଥିତିରେ ନିଜକୁ ସାମାଲି
କହିବାର ପ୍ରୟାସ
ସତରେ ମନ ବିବେକ ସବୁ ବାରମ୍ବାର
ସେମାନଙ୍କୁ ସାଲାମ କରୁଥିଲା।
ନିଜକୁ ଭଗବାନଙ୍କ ସରଣରେ
ପ୍ରଶ୍ନଟିର ଉତ୍ତର ଅନୁଛ୍ଛେଦରେ
ମଣିଷ ଚାରିଟି ଅବସ୍ଥା ଆଉ ପ୍ରହରର
ମର୍ତ୍ତ ବୈକୁଣ୍ଠରେ
ଲୀଳା ତଥା
ବଦ୍ରୀନାଥ ସ୍ନାନ ପୁଣି ଦ୍ବାରିକାରେ ବସ୍ତ୍ର
ଜଗନ୍ନାଥ ପୁରୀ ଭୋଜନରେ
ଆଉ ଶୟନ ରାମେଶ୍ବରମ
ଭାବନରେ ସମୟ ଘଣ୍ଟିରେ
ମନର ଘଣ୍ଟା ଟନଟନ କରି ବାଜି ଉଠୁଥିଲା
ବର୍ତ୍ତମାନ ସମୟର ଦ୍ବାହୀରେ।
