STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ବାପ ନଥିବା ଘର

ବାପ ନଥିବା ଘର

1 min
196


ଚାରିକାନ୍ଥ ଥିବା ଘର ଅଛି ସିମେଣ୍ଟର ଛାତ ଅଛି 

ଈଶ୍ବର, ମାତାପିତା ଠୁ ଜନ୍ମ ଦେହେ ଦୁଇ ହାତ ଅଛି

ଦୁଇ ଓଳି ଭଲରେ ଭଲରେ ପୁରିଯାଉଛି ଉଦର

ହେଲେ ଆକଟ ନାହିଁ, ଶାସନ ନାହିଁ, କ୍ରୋଧ ନାହିଁ

କେବଳ ଖାଦ୍ୟ,ପୋଷାକେ ବଞ୍ଚିବାଟା ତ ଜୀବନ ନୁହେଁ

କେତେକେତେ ଆବଶ୍ଯକତା କର୍ତ୍ତବ୍ଯ, ଦାୟିତ୍ୱ, ଧର୍ମର

ନଦୀ ଅଟକିଗଲେ ଯେମିତି ଜଳ ହୁଏ ଅପରିଷ୍କାର

ସେମିତି ଅଟକିଯାଇଛି ସଂସାର ଏ ବାପ ନଥିବା ଘର, 


ସକାଳ ସନ୍ଧ୍ଯା ଦିନ ରାତି ସବୁ ଅଛି ଜହ୍ନ ଅଛି

ଟିଭି ଦେଖିବାକୁ, ଗୀତ ଶୁଣିବାକୁ ମନ ଅଛି

ଠାକୁର ପୂଜା ଅଛି ପଢିବାକୁ ଖବରକାଗଜ ଅଛି

ହେଲେ ସକାଳର ଉତ୍ସାହ ନାହିଁ ସନ୍ଧ୍ଯାର ମହକ ନାହିଁ

ସମାଜରେ ରହି ମଧ୍ଯ ସମାଜରେ ମନ ନାହିଁ 

ଗଛ ଅଛି ଫୁଲ ଅଛି ଫୁଲର ଅନୁଭବ ନାହିଁ

ଖରା ନପଡ଼ିଲେ ଯେମିତି ମରିଯାଏ ଗଛର ଶରୀର

ସେମିତି ମରିଯାଇଛି ବଞ୍ଚିଥାଇ କି ବାପ ନଥିବା ଘର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract