STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ପରିବର୍ତ୍ତନର ସ୍ଵର

ପରିବର୍ତ୍ତନର ସ୍ଵର

1 min
152


ଏକ ଘଞ୍ଚ ମାଳ ଅଞ୍ଚଳ

ଖିଲାମୁଣ୍ଡା ମାଳାଞ୍ଚଳ ନାମରେ ବିଦିତ

ସୂର୍ଯ୍ୟ ଉଦୟ ହେବାକୁ

ଢେର ସମୟ ବାକି ଅଛି

କାଠ କଟାଳି ଟିଏ 

ବଡ ସନ୍ତର୍ପଣରେ ସେଇ ଜଙ୍ଗଲରେ

ବିଚରଣ କରି

ଏକ ସୁନ୍ଦର ମଜଭୁତ ପିଆଶାଳ ଗଛ ପାଖେ ବିଶ୍ରାମ ନେଲା

କିଛି କ୍ଷଣ ପରେ ପ୍ରଥମ କୁରାଢି

ଚୋଟର ପ୍ରହାରରେ

ଗଛଟିରୁ ରକ୍ତ ସ୍ରବି

ଲାଲ ରଙ୍ଗରେ ରୂପାନ୍ତରିତ ହେଲା

ଦ୍ଵିତୀୟ ଚୋଟ କୁରାଢିପ୍ରହାରରେ

ଉଦ୍ୟତ ହେବାରୁଆଉ ହାତ ଗଲା ନାହିଁ

ଦଣ୍ଡେ ସେଇ ଗଛ ମୂଳେ ସେ ଥକ୍କା ମାରି

ଉପବିଷ୍ଟ ହେଲା

ହଣା ଖାଇଥିବା ଗଛ ଟିକୁ ଟିକେ କାନ ପାତି ଦେଲା

କେହି ଜଣେ କଇଁ କଇଁ କାନ୍ଦୁ ଥିବାର

ତାହାର କର୍ଣ୍ଣ ଗୋଚର ହେଲା

ମଣିଷ ଶିଶୁଟି ପରି

ପିଆଶାଳ ଗଛ ବି କାନ୍ଦି ପାରେ

ଏକ ପରିବର୍ତ୍ତନର ସ୍ଵର

 ଗୁଞ୍ଜରିତ ହେଲା

ବିଚରା କାଠୁରିଆ ନିଜ ଗୃହ ମୁଖେ

ଫେରି ଆସି ମନକୁମନ 

କହୁଥିଲା

ଆଉ ଜୀବନରେ କେବେ

ଜୀବନ୍ତ ବୃକ୍ଷକୁ କୁଠାରରେ

ସ୍ପର୍ଶ ବି କରିବି ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action