ଆଗପଛ
ଆଗପଛ
ଏତେ ବର୍ଷ, ପାଖାପାଖି ପଚାଶ ବର୍ଷରୁ ଉର୍ଦ୍ଧ୍ବ
ହାତ ଧରାଧରି ହୋଇ ସଂସାର କରିଲୁ
ଦହଗଞ୍ଜ ହେଳୁ, ନାନାଦି କ୍ଳେଶ ବି ସହିଛୁ
ତଥାପି, ବୁଝାମଣାରେ ସାମାନ୍ୟ ଆବିଳତା ବି ନାହିଁ
ପରିପୂର୍ଣ୍ଣତା ଆସିଛି ସଂସାରର ପିଛିଳ ପଥରେ
ପୁତ୍ର କନ୍ୟା ଯେ ଯାହା ବାଟରେ ଭଲରେ ଅଛନ୍ତି
ବୟସର ଏକ ସ୍ବତନ୍ତ୍ର ଯନ୍ତ୍ରଣା ରହିଛି
ଯାହା ଆମେ ଉଭୟେ ଭୋଗୁଛେ
କିନ୍ତୁ ଆଗପଛ ଯିଏ କେହି ଯିବ
ସେଇ ଅଦୃଶ
ମନକଷ୍ଟ କରି ଲାଭ କଛି ନାହିଁ
ଯିଏ ପଛେ ଯିବ ସ୍ମୃତି ସାଉଁଟିବ
ସ୍ମୃତି ପାଇଁ ତୁମେ ଓ ମୁଁ ପରସ୍ପର ହିଁ ବଞ୍ଚିବା
ଯଦି ସେମିତିକା ବଡ ଭାଗ୍ୟ ଥାଏ
ଅଳ୍ପ ଅଳ୍ପ ବ୍ୟବଧାନେ ସଂସାର ଛାଡ଼ିବା
ମନ ସହ ମନ ମିଶାଇ ଯେମିତି ଚଳିଛୁ
ପରକାଳେ ସେମିତିକା ଭାବନାରେ ଥିବ
ଏତିକି ମାଗୁଣି
ସେଇ ବିଭୁ ପଦ ତଳେ
ଦୁଃଖ କାହିଁକି କରିବା?