STORYMIRROR

Surjyakanta Dash

Romance

3  

Surjyakanta Dash

Romance

ପ୍ରଥମ ସ୍ପର୍ଶ

ପ୍ରଥମ ସ୍ପର୍ଶ

1 min
234


କେତେ ବେଳେ ଦିନ ପରେ ଦିନ ଆଉ ଏକ ବର୍ଷ ବିତିଗଲା

ମୋ ହାତରେ ତୁମ ହାତ ଯେବେଠାରୁ ଛନ୍ଦି ହୋଇଥିଲା ।୧।

ଏକ ଚିହ୍ନା ଚିହ୍ନା ହସ ତୁମ ଓଠେ ଭରି ଯାଇଥିଲା

ଏକ ଅଜଣା ସ୍ପର୍ଶରେ ମୋ ହୃଦୟ ପୁଲକିତ ହେଉଥିଲା ।୨।

ଯେତେବେଳେ ଦେଖୁଥିଲି ମୋ ହୃଦୟକୁ ତୁମ ଦୁଇ ଆଖିରେ

ସେତେବେଳେ ତୁମେ ତୁମକୁ ଦେଖୁଥିଲ ଆମର ପ୍ରତିଟି ବିଶ୍ୱାସରେ ।୩।

ପ୍ରେମର ଭାବାବେଗ ଯେତେବେଳେ ଉନ୍ମାଦ ଆମେ ଦୁହେଁ

ଆଖିର ଲୁହ ଆମର ସେତେବେଳେ ଆମ କଥା କୁହେ ।୪।

ଭଲ ମୁଁ ପାଉଥିବି ତୁମକୁ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ବଞ୍ଚିଥିବି

ତୁମ ପ୍ରଥମ ସ୍ପର୍ଶର ସିଂହରଣ ମୁଁ କେବେ ଭୂଲିକି ପାରିବି ।୫।

ଯେତେଦିନ ପର୍ଯ୍ୟନ୍ତ ଏ ପୃଥିବୀରେ ମୋର ଆତ୍ମା କରିଥିବ ବାସ

ସେତେଦିନ ପର୍ଯ୍ୟନ୍ତ ମୋ ହୃଦୟ ତୁମକୁ ଭଲ ପାଉଥିବ ।୬।

ଦିନ ପରେ ଦିନ ଆଉ ରାତି ପରେ ରାତି ବିତିଯିବ

ତୁମେ ମୋ ସାଥିରେ ସାଥି ସେମିତି ଚାଲୁଥିବ ।୭।

ଅଟକିବ ନାହିଁ ଆମ ପଥ ଏହି ସମୟ ସ୍ରୋତରେ

ଧୂଳି କେବେ ପଡ଼ିବ ନାହିଁ ଆମ ଭଲ ପାଇବାରେ ।୮।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance