ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଟିକିଏ ବି ଦୁଃଖ ନଦେବା ପାଇଁ ମୁଁ
କରିଥିଲି ତୋତେ ପ୍ରେମ,
ଭାବିଥିଲି ଦିନେ ସତ ହୋଇଯିବ
ହୋଇଗଲା ସେ ମୋ ଭ୍ରମ।
ଦେଖିଥିଲି କେତେ ସପନ ମୁଁ ପୁଣି
ଖୁସିରେ ରଖିବି ବୋଲି,
ମନା କଲ ଯେ ହୃଦୟ ମୋହର
ନିଜ ରକ୍ତେ ଖେଳେ ହୋଲି।
ତୁମ ମିଠା କଥା କରିଥିଲା ମୋତେ
ନିସ୍ତବ୍ଧରୁ ତୁମ ପ୍ରେମୀ,
କିଛି ବାଟ ଥିଲା ପ୍ରେମାମୃତପାଇଁ
ହୋଇଗଲା ମରୁଭୂମି।
ତଥାପି କହୁଛି ପ୍ରିୟା ତୋତେ ଆଜି
ସବୁବେଳେ ହସୁଥାଆ,
ତୋ ହସ ଭିତରେ ଖୋଜି ହସ ମୋର
ଗଡାଇବି ମୋ ଜୀବନ ନାଆ।
