STORYMIRROR

Reeta aparajeeta Mohanty

Romance

4  

Reeta aparajeeta Mohanty

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
285


କୋଇଲି ର ମିଠା କୁହୁ ପରି 

ପ୍ରଥମ ପ୍ରେମ 

ଶୀତ ସକାଳର ପ୍ରଥମର 

କଅଁଳ ଖରା ପରି ପ୍ରଥମ ପ୍ରେମ 

କୃଷ୍ଣଚୁଡା ର ରଙ୍ଗ ପରି 

ପ୍ରଥମ ପ୍ରେମ ।

ସବୁଜ ସବୁଜ ଶାଗୁଆ 

କେବେ ଗୋଲାପ ପରି ମହକ ଭରା 

ପ୍ରଥମ ପ୍ରେମ ର ଛୁଆଁ

ପ୍ରଥମ ପ୍ରେମର ମହକ ରେ 

ସଭିଏଁ କେବେ ନା ଭିଜିଛନ୍ତି ।

ବାସ କହିବାକୁ ଡରନ୍ତି କେବଳ 

ସମାଜର ନାଲି ଆଖି 

ସବୁ ପ୍ରଥମ ପ୍ରେମ ର ବାଧକ ସାଜେ

ହେଲେ ପ୍ରୀତି ର ମହକ ରେ

ରାଧା ନା ମୀରା ସଭିଏଁ ହେଲେ ବାଈ

ମୋ ପ୍ରଥମ ପ୍ରେମ 

ସବୁଠାରୁ ନିରୀହ 

ସବୁଠାରୁ ନିଆରା

ଅନେକ ଦିନରୁ କବିତା କୁ ଭଲ ପାଇଛି

ଯେବେଠାରୁ ପ୍ରଥମ ପ୍ରେମରେ 

ତା ସହ ପଡିଛି ସେବେଠାରୁ 

ସବୁବେଳେ ସେ ହିଁ ମତେ ଛନ୍ଦି ଧରିଛି

କବିତା ସହ ମୋ ଭାବ ଦିନ ମାସ ବର୍ଷ ସହ ବଢିଚାଲେ।

ପ୍ରଥମ ପ୍ରେମ ରେ ପଡି ମୁଁ 

ସାହିତ୍ୟିକl ହେଇପାରିଛି 

ମୋ ପ୍ରଥମ ପ୍ରେମ କବିତା 

ଆଜି ଅନେକ ଦିନରୁ 

ମୋ ମନରେ ସାଇତା ଗୋପନ 

ଗୁମର ଫିଟାଇ କହିଦେଲି 

କାହା ଆଗରେ କହିବେନି 

 ରାଣ ଯେ ରହିଲା ।



Rate this content
Log in

Similar oriya poem from Romance