STORYMIRROR

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ପ୍ରଶ୍ନ

ପ୍ରଶ୍ନ

1 min
20


ବନ୍ଦ କର! 

ପଚାରନି ବାରମ୍ଵାର ସେଇ ଏକା ପ୍ରଶ୍ନ, 

ପ୍ଲାଷ୍ଟିକ୍ କପ୍ ଟି କେମିତି ଭାଙ୍ଗିଲା?

ଏ କ'ଣ ଭାଙ୍ଗିବାର ପ୍ରଥମ ଘଟଣା?

ୟା' ପୂର୍ବରୁ କଣ କିଛି ବି ଭାଙ୍ଗିନି?

କେତେ ସ୍ଵପ୍ନ ନେଇ ଆସିଥିଲି;

ବାପା ମାଆ ଭାଇ ବନ୍ଧୁ

ସମସ୍ତଙ୍କୁ ଛାଡି।

ଭାବିଥିଲି ତମେ ମୋତେ

ଅର୍ଦ୍ଧାଙ୍ଗିନୀର ଅଧିକାର ଦେବ।

କିନ୍ତୁ ତମଠୁ ମୁଁ ପାଇଲି

କେବଳ ଘରଣୀ ର ପରିଚୟ ।

ହଁ, ମୁଁ ଘରଣୀ!

ଘର ଚାରିକାନ୍ଥ ଭିତରେ

ବନ୍ଦିନୀ ଟିଏ ମୁଁ।

ରୋଷେଇ ଘର ରୁ

ଶୟନ କକ୍ଷ ପର୍ଯ୍ୟନ୍ତ ହିଁ

ମୋର ସୀମା।

ତମେ କଣ କିଛି ଭାଙ୍ଗି ନାହଁ?

କେତେବେଳେ ମୋ ମନକୁ, 

କେତେବେଳେ ମୋ ହୃଦୟକୁ, 

ପୁଣି କେତେବେଳେ ମୋ ସ୍ଵପ୍ନ କୁ,

ଭାଙ୍ଗି ଦେଇ ଚୁରମାର୍

କରିଦେଇଛ ତୁମେ।

ମୁଁ ତ କାହିଁ କେବେ ପଚାରିନି? 

ସାମାନ୍ୟ ପ୍ଲାଷ୍ଟିକ୍ କପ୍ ଟିଏ

ଭାଙ୍ଗିଗଲା ବୋଲି, 

ତୁମେ ମୋତେ ବାରମ୍ବାର

ପଚାରି ଚାଲିଛ ସେଇ ଏକା ପ୍ରଶ୍ନ?

ତୁମ ପ୍ରଶ୍ନର ଉତ୍ତର

ମୁଁ ନିଶ୍ଚୟ ଦେବି ;

କିନ୍ତୁ ତୁମେ ମୋତେ କୁହ

ମୋ ସ୍ଵପ୍ନ ସବୁ ଭାଙ୍ଗି ଦେବାର

କାରଣ କ'ଣ?


Rate this content
Log in

Similar oriya poem from Abstract