STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରଣୟ ଗୀତିକା

ପ୍ରଣୟ ଗୀତିକା

1 min
223

ଆଖି ପିଇଯାଏ କେତେ କେତେ ଲୁହ

କେତେ କୋହ ପିଏ ଛାତି

ପ୍ରେମର ନଈରେ ପହଁରା ଶିଖିଲେ

ରକ୍ତେ ଲେଖାହୁଏ ଚିଠି


ସପନରେ ମନ ମସଗୁଲ ହୁଏ

ରଙ୍ଗ ବୋଳିହୁଏ ଆଖି

ମଝି ଦରିଆରେ ଜୀବନର ନାଆ 

କୂଳ ପାରେନାହିଁ ଦେଖି


ପ୍ରେମରେ କେବଳ ନିଜପଣ ଥାଏ

ତ୍ୟାଗ ପାଖେ ଭୋଗ ତୁଛ

ପ୍ରେମେ ଘର ନୁହେଁ ସ୍ୱର୍ଗ ଗଢାହୁଏ

ଏକଥା ନୁହଁଇ ମିଛ


ପ୍ରେମିକା ଗୋଟିଏ ସରଗର ପରୀ

ପ୍ରେମିକ ମଣିଷ ଛାର

ପ୍ରେମ ପାଇଁ ସିନା ସ୍ୱର୍ଗ ଗଢାହୁଏ

କେମିତି ଗଢିବ ଘର


ସୌଭାଗ୍ୟକୁ ଯଦି ପ୍ରେମିକା ହୃଦୟେ

ଜାଗାଟିକେ ମିଳିଯାଏ

ସେତିକିରେ ସ୍ୱର୍ଗ ହାତେ ଧରାଦିଏ

ଜୀବନଟା ଧନ୍ୟହୁଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance