ପ୍ରଣୟ ଗୀତିକା
ପ୍ରଣୟ ଗୀତିକା
ଆଖି ପିଇଯାଏ କେତେ କେତେ ଲୁହ
କେତେ କୋହ ପିଏ ଛାତି
ପ୍ରେମର ନଈରେ ପହଁରା ଶିଖିଲେ
ରକ୍ତେ ଲେଖାହୁଏ ଚିଠି
ସପନରେ ମନ ମସଗୁଲ ହୁଏ
ରଙ୍ଗ ବୋଳିହୁଏ ଆଖି
ମଝି ଦରିଆରେ ଜୀବନର ନାଆ
କୂଳ ପାରେନାହିଁ ଦେଖି
ପ୍ରେମରେ କେବଳ ନିଜପଣ ଥାଏ
ତ୍ୟାଗ ପାଖେ ଭୋଗ ତୁଛ
ପ୍ରେମେ ଘର ନୁହେଁ ସ୍ୱର୍ଗ ଗଢାହୁଏ
ଏକଥା ନୁହଁଇ ମିଛ
ପ୍ରେମିକା ଗୋଟିଏ ସରଗର ପରୀ
ପ୍ରେମିକ ମଣିଷ ଛାର
ପ୍ରେମ ପାଇଁ ସିନା ସ୍ୱର୍ଗ ଗଢାହୁଏ
କେମିତି ଗଢିବ ଘର
ସୌଭାଗ୍ୟକୁ ଯଦି ପ୍ରେମିକା ହୃଦୟେ
ଜାଗାଟିକେ ମିଳିଯାଏ
ସେତିକିରେ ସ୍ୱର୍ଗ ହାତେ ଧରାଦିଏ
ଜୀବନଟା ଧନ୍ୟହୁଏ