STORYMIRROR

Debabrata Mishra

Abstract Tragedy Inspirational

4  

Debabrata Mishra

Abstract Tragedy Inspirational

ପ୍ରଣମ୍ୟ ବୀର

ପ୍ରଣମ୍ୟ ବୀର

1 min
400

ଏ ଭାରତ ଭୂମିର ରକ୍ତ

ସବୁବେଳେ ଶକ୍ତ ସର୍ବଦା ଉତ୍ତପ୍ତ

ସଂସାର ଥିଲାଯାଏ ଶହୀଦ ତୁମ୍ଭେ ଜୀବନ୍ତ

ଅନ୍ତରରୁ କୋଟି ପ୍ରଣାମ ନିଅ

ଆରପୁରରେ ଥାଇ ଆଶିଷ ଦିଅ

ଦମ୍ଭ ଦିଅ ଶୌର୍ଯ୍ୟ ଦିଅ ଶକ୍ତି ଦିଅ ।


ତୁମେ ଅମର ସାହସୀ ବୀର

ତୁମ ନାମ ଶୁଣିଲେ ଶତ୍ରୁ ଭୟେ ଥରହର

ଚାଳିଶ ବୀର ଶହୀଦ ରକ୍ତରୁ 

ପୁଣି ଜନ୍ମନେବେ ଭାରତୀୟ ସିଂହ ଚାଳିଶ ହଜାର

ଶତ୍ରୁପକ୍ଷ ଟିକେ ଅପେକ୍ଷା କର

ତୁମ ସମୟ ଆସୁଛି 

ଅଖଣ୍ଡ ଭାରତର ସ୍ୱପ୍ନ ନେଇ

ଦେଶ ଆଗେଇ ଚାଲିଛି 

ଟିକେ ଧୈର୍ଯ୍ୟ ଧର ନିଶ୍ୱାସ ମାର ।


ପ୍ରତିଶୋଧ ନିଶ୍ଚିତ ନେଇଛି ନେଉଥିବ

ଏ ମାଟି ମା' ର ସମ୍ମାନ, ମର୍ଯ୍ୟାଦା ରକ୍ଷା ପାଇଁ

ହାରିବା ଶିଖିନି ଡ଼ରିବା ଶିଖିନି ଭାରତବର୍ଷ, 

ସନ୍ଦେହ ରୁ ଉର୍ଦ୍ଧ୍ବରେ ସଦା ଆମ ସେନା

ଶହେ ଚାଳିଶ କୋଟି ଭାରତୀୟଙ୍କ

ମଥାନତ ତୁମ ଚରଣେ ହେ ସୈନିକ

ଉଡ଼ୁଥାଉ ବିଶ୍ୱରେ ବୀରତ୍ୱର ବୈଜୟନ୍ତ ତ୍ରିରଙ୍ଗା ବାନା ।


ଥରିଯାଏ ଛାତି ଆଜି ଭାବିଦେଲେ ତୁମକୁ

ରକ୍ତାକ୍ତ ମାଟିର ସେ ମର୍ମନ୍ତୁଦ ଛବି

୧୪ ଫେବୃଆରୀ ୨୦୧୯ କଥା

ସ୍ତବ୍ଧ ଦେଶ ନିସ୍ତବ୍ଧ ଜନତା

ସେଦିନ ଲୁହ ଗଡ଼ାଇଥିଲା ଆକାଶେ ରବି ।


ଭାରତୀୟଙ୍କ କୋଟିକୋଟି ଆଖିର ଲୁହ

ଦେଖିଲେ ଶୁଣିଲେ ଯେ କେହି 

ହୋଇଯିବ ଅସ୍ଥିର ଅଥୟ, 

ତୁମେ ହସୁଥିଲ ଆମ ବୀରଙ୍କ ରକ୍ତ ଦେଖି

ଏ ଦେଶ ଭୁଲିବନି କେବେ

୧୪ ଫେବୃଆରୀ ୨୦୧୯ ରେ ଘଟାଇଥିବା

ତୁମ ରାକ୍ଷସପଣ ନିଷ୍ଠୁରତା ଭୀରୁତା

ପଛପଟୁ ଆକ୍ରମଣ କରିବାର ବୁଦ୍ଧି ଓ କ୍ରୁରତା ।


ଆମେ ତୁଚ୍ଛ ତୁମ ଆଗେ ବୀର

ତୁମେ ସୀମାରେ ରକ୍ଷକ ବୋଲି

ଆମ ଘରେ ଆଲୋକ ହରଷ

ତୁମେ ନଥିଲେ କୀଟପ୍ରାୟ ବଞ୍ଚିବୁ

ହୋଇଯିବ ଏ ଦେଶ, ମାଟିର ଅଗଣା ଅନ୍ଧାର, 

ଅଜସ୍ର ଅସରନ୍ତି ସମ୍ମାନ ତୁମପାଇଁ

ତୁମ ଓ ତୁମ ପରିବାରର ତ୍ୟାଗ ପାଇଁ

ତୁମ ଦୁଃଖର ସୀମା ନାହିଁ

ପ୍ରଣିପାତ ଆଜୀବନ ହେ ଶହୀଦ ବୀର

ଆମେ ଦେଶଠୁ ମାଗୁ

ତୁମେ ଦେଶକୁ ଦେବା ପ୍ରାଣବନ୍ତ ଈଶ୍ବର

ପ୍ରଣମ୍ୟ ହେ ବୀର ପ୍ରଣମ୍ୟ ବୀର। 


Rate this content
Log in

Similar oriya poem from Abstract