STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ପ୍ରଣବ କାର

ପ୍ରଣବ କାର

1 min
199

ତୁମେ ହିଁ ପ୍ରଣବ ଓଁମକାର,

ତୁମେ ହିଁ ବ୍ରହ୍ମା, ବିଷ୍ଣୁ, ମହେଶ୍ବର, 

ସୂର୍ଯ୍ୟ, ଚନ୍ଦ୍ର ର ସମାହାର, 

ତୁମେ ହିଁ ମୋ ପ୍ରଭୁ ଶ୍ୟାମସୁନ୍ଦର I 


ତୁମେ ହିଁ ମୋ ରାମ, ତୁମେ ହିଁ ମୋ କୃଷ୍ଣ, 

ତୁମେ ପରମବ୍ରହ୍ମ ପରମେଶ୍ଵର, 

ତୁମେ ହିଁ ନରସିଂହ, ତୁମେ ହିଁ ବାମନ, 

ତୁମେ ହିଁ ମୋ ପୂର୍ଣ୍ଣବ୍ରହ୍ମ ସର୍ବେଶ୍ୱର I 


ସଞ୍ଜ ସକାଳେ କରି ଓମ୍ ଉଚ୍ଚାରଣ, 

ସ୍ମରଣ କରେ ତତେ ମୋ ନାରାୟଣ, 

କରେ ମୋ କର୍ମ ନିତି ପ୍ରତିଦିନ, 

ଗାଇ ଗାଇ ତୋର ଜଣାଣ, 

ହେ ଓଁକାରେଶ୍ଵର ପରମବ୍ରହ୍ମ ମୋ ନାରାୟଣ I 


ତୁ ହିଁ ମୋ ଗୀତା ରାମାୟଣ, 

ତୁମେ ହିଁ ମୋ ପ୍ରବଚନ, ପାରାୟଣ,

ତୁମେ ହିଁ ମୋ ଜୀବନ ର ଆଧାର, 

ତୁମେ ହିଁ ତ ମୋ ଭାବର ଆକାର I 


ତୁମେ ହିଁ ମୋ କଳ୍ପନା, ତୁମେ ହିଁ ମୋ ଭାବନା, 

ତୁମେ ହିଁ ମୋ ତପସ୍ୟା,ତୁମେ ହିଁ ମୋ ସାଧନା, 

ତୁମେ ହିଁ ମୋ ନିଦ୍ରା, ତୁମେ ହିଁ ମୋ ସପନା ,

ତୁମ ପାଇଁ ମୋ ଜୀବନ, ଏକ ସୁରଭିତ ବାସନା I 


ତୁମେ ହିଁ ମୋ ପ୍ରଣବେଶ୍ୱର ,

ହେ ଜଗତ ଈଷ୍ଟ ଜଗଦିଶ୍ୱର ,

ତୁମେ ହିଁ ମୋ ସର୍ବେଶ୍ଵର ,

ମୁକ୍ତି ଦିଅ ଏ ଭାବ ସାଗରୁ ,

ହେ ଓଁମକାରା ମୁକ୍ତେଶ୍ଵର I


Rate this content
Log in

Similar oriya poem from Classics