ପ୍ରମ୍ପ୍ଟ 13-ଜୀବନ ର ସାଥି
ପ୍ରମ୍ପ୍ଟ 13-ଜୀବନ ର ସାଥି
ଭାବିଲି କରିବି ମୋ ଜୀବନର ସାଥି,
ତ ପଚାରିଲି ଯାଇ ନଦୀ କି
ନଦୀ କହିଲା ମୁଁ ଅଟେ ଅସ୍ଥିର
ପାଇବୁ ନାହିଁ ମୋ ସ୍ଥଳ କୂଳ ।
ତ ପଚାରିଲି ଯାଇ ସେ ଆକାଶ କୁ
ଆକାଶ ହବୁ କି ମୋର ସାଥି
ଆକାଶ କହିଲା ମୁହିଁ ଅଟେ ବିଶାଳ
ଚାଲି କି ପାରିବୁ ମୋର ବାଟ ଅନେକ ଦୂର ।
ତ ପଚାରିଲି ଯାଇ ସେ ଚନ୍ଦ୍ର ସୁଯ୍ୟ ଙ୍କୁ
ପଚାରିଲି ଯାଇ ଚନ୍ଦ୍ର ସୂର୍ଯ୍ୟଙ୍କୁ ହବ କି ସାଥି
ଚନ୍ଦ୍ର ସୂର୍ଯ୍ୟ କହିଲେ ମତେ ଉଦାସୀ
କି ପରି ହବୁ କହ ତୋର ସାଥି ।
ତ ପଚାରେ ଯାଇ ସେ ମେଘ ର ରାଜାଙ୍କୁ
ପଚାରିଲି ଯାଇ ସେ ମେଘ ର ରାଜାଙ୍କୁ
କହିଲା ସେମତେ ମୁଁ ଅଟେ ଏକ କ୍ଷଣିକ ପାଇଁ
କିପରି ହେବି ତୋର ମୋର ଠିକଣା ହିଁ ନାହିଁ ।
ତ ପଚାରେ ଯାଇ ସେ ପର୍ବତଙ୍କୁ
ପଚାରିଲି ଯାଇ ପୁଣି ପର୍ବତ କୁ ହବୁ କି ସାଥି
ପର୍ବତ କହିଲା ତୁ ଅଟୁ ଏକ ବଡ଼ ଗପୁରୀ
ମୁଁ ହିଁ ଅଟେ ଏକ ବଧିର ତୋର ହେବି କିପରି ।
ତ ପଚାରେ ଯାଇ ମୋର ଖଣ୍ଡ ଖଣ୍ଡ ଶିଳା କାନ୍ଥ ଙ୍କୁ
ପଚାରିଲି ମୋ ଘରର କାନ୍ଥ କୁ କିରେ କାନ୍ଥ
ହବୁ କି ମୋ ଜୀବନରେ ଶେଷ ପଥ କହିଲା
ମତେ ଅଛି ରହିବି ତୋରି ସାଥେ ନ ଲିଭିଲା ଯାଏ ଦେହ ର ଛାଇ ।

