STORYMIRROR

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ପରମ ପୁରୁଷ ତୁମକୁ ସଜାଇ କି ଲାଭ ପାଇଲି କୁହ

ପରମ ପୁରୁଷ ତୁମକୁ ସଜାଇ କି ଲାଭ ପାଇଲି କୁହ

1 min
22


ପରମ ପୁରୁଷ ତୁମକୁ ସଜାଇ

କି ଲାଭ ପାଇଲି କୁହ

ହସର ତୁଣ୍ଡକୁ ଏମିତି ଦଣ୍ଡିଛ

ଆଖିରୁ ଗଡୁଛି ଲୁହ

............ପରମ ପୁରୁଷ ତୁମକୁ ସଜାଇ

             କି ଲାଭ ପାଇଲି କୁହ ! ୦ !


ପ୍ରେମର ମନ୍ଦିରେ ଦେବତା ଥାପିଲି

ଭକତି ଦୀପକୁ ଜାଳି

ବୁଝି ବି ଅବୁଝା ରହିଲ ଯାହା ହେ

ନିଜକୁ ଖାଉଛି ଗାଳି

ତଥାପି ଛାଡୁନି ମନର ଭିତରୁ

ତୁମରି ନାମର ମୋହ

............ପରମ ପୁରୁଷ ତୁମକୁ ସଜାଇ

             କି ଲାଭ ପାଇଲି କୁହ ! ୧ !


ମନର ଫୁଲକୁ ବନ୍ଦାଇ ଦେଇଛି

ଗାଉଛି ଜୀବନ ଗୀତ

ଆଶିଷ ଦେବାରେ ହେଳାକୁ କରୁଛ

ସତରେ ପରାଣ ମିତ

କେମିତି ଆଉ ମୁଁ ଏକାକୀ ରହିବି

କାଠକୁ କରିକି ଦେହ

ଦେହରୁ ଆତ୍ମା ମୋ ଛାଡ଼ିକି ଯାଉଛି

କରିବ ଏଥର ଦାହ

............ପରମ ପୁରୁଷ ତୁମକୁ ସଜାଇ

             କି ଲାଭ ପାଇଲି କୁହ ! ୨ !









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance