STORYMIRROR

Kishore Nayak

Inspirational Others

3  

Kishore Nayak

Inspirational Others

ପରମ ଧି ମହୀ ଈଶ୍ଵରଃ

ପରମ ଧି ମହୀ ଈଶ୍ଵରଃ

1 min
215


କେବେ ସେ ଆକାର 

କେବେ ନିରାକାର 

କେବେ ସେ ସାକାର 

କେବେ ଅଣାକାର 

ସୃଷ୍ଟି ସର୍ଜନାର ସୁଦକ୍ଷ ବିନ୍ଧାଣି 

ସତ୍-ଚିତ୍-ଆନନ୍ଦର ମୂର୍ତ୍ତିମନ୍ତ ପରମ ବିଗ୍ରହ 

ଭାବାତୀତ, ଗୁଣାତୀତ, ଅନିନ୍ଦ୍ୟ ସୁନ୍ଦର 

ଚିର ସ୍ମରଣୀୟ, ଚିର ବରଣ୍ୟ, ପ୍ରିୟତମ, ପ୍ରିୟ ପରମ 

ସକଳ ଜୀବର ହୃଦ ସ୍ପନ୍ଦନ, ଚିର ବନ୍ଦନ, ସ୍ୱୀୟ ସ୍ଵୟଂଭୂ 

ପରମ ଧି ମହୀ ଈଶ୍ଵରଃ ll

ଆସ୍ଥା, ଅସ୍ତିତ୍ବର ପ୍ରାଣକେନ୍ଦ୍ର 

ଜୀବ ସତ୍ତାର ଶୁଭ ପ୍ରଚେତା 

ବିଶ୍ୱ ନିୟନ୍ତା 

ଅଦୃଶ୍ୟ, ଅବ୍ୟକ୍ତ, ସର୍ବତ୍ର ପୂରିତ 

ପ୍ରେମ ଘନ ରୂପ, ଆନନ୍ଦ ସ୍ୱରୂପ 

ଷଡ଼ ଐଶ୍ୱର୍ଯ୍ୟର ନମସ୍ୟ ପ୍ରତିଭୂ 

ଭବ୍ୟ ଭାବନାର ନବ୍ୟ ଚେତନା

ଜଗତର ତ୍ରାଣ କର୍ତ୍ତା କୃପାନିଧି 

ପରମ ଧି ମହୀ ଈଶ୍ଵରଃ ll

ଏକ ଅଦ୍ୱିତୀୟ ସର୍ବବ୍ୟାପୀ ସହସ୍ର ନାମ 

ପ୍ରାଣ ସର୍ବସ୍ୱ ଅଖିଳ ବ୍ରହ୍ମାଣ୍ଡ ପତି

ଅନୁଭବ ଅନୁଭୂତିରେ ସ୍ୱୟଂ ବିରାଜିତ, ପରିସ୍ପୁଟିତ 

ଆସ୍ଥା ଓ ଭରସାର ପରମ ଉତ୍ସ 

ଚିର ଉପାସ୍ୟ, ଚିର ନମସ୍ୟ, ଚିର ପ୍ରଣମ୍ୟ, ବର୍ଣ୍ଣନାତୀତ 

ସର୍ବଭୂତାନାଂ 

ପରମ ଧି ମହୀ ଈଶ୍ଵରଃ

ଅର୍ଥାତ୍

ଈଶ୍ୱର ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ ll


Rate this content
Log in

Similar oriya poem from Inspirational