STORYMIRROR

Ramachandra Bhutia

Tragedy Inspirational

4  

Ramachandra Bhutia

Tragedy Inspirational

ପ୍ରକୃତିର ଉକ୍ତି

ପ୍ରକୃତିର ଉକ୍ତି

1 min
334

ହେ ମାନବ!

ମୁଁ କହୁଛି ପ୍ରକୃତି

କେତେ ଅମୂଲ୍ୟ ସମ୍ପଦ

ତୋତେ ମୁଁ ଦେଇଛି   ।

ପଶୁପକ୍ଷୀ ବୃକ୍ଷଲତା

ସବୁ ସନ୍ତାନ ସନ୍ତତି

ଭୃତ୍ୟ ପରି ରଖି ତୁହି

ଶୋଷୁଅଛୁ ନିତି    ।।


ହେ ମାନବ!

ମୁଁ କହୁଛି ପ୍ରକୃତି

ଦେଇଥିଲି ତୋତେ ଜଳ

ଶୁଦ୍ଧ ଯେ ପବିତ୍ର

ମାତ୍ର କଲୁ ତାକୁ ଆଜି

ତୁ ନିଜେ କଳୁଷିତ    ।

ଶାସ୍ତ୍ର କହୁଥିଲା ଦିନେ

ଜଳ ହିଁ ଜୀବନ

ସେହି ଜଳ ନିଏ ଆଜି

ତୋହରି ପରାଣ    ।।।


ହେ ମାନବ

ମୁଁ କହୁଛି ପ୍ରକୃତି

କିଏ କହ ହେବ ଦାୟୀ

ତୋ ଦୁର୍ଗତି ପାଇଁ

ଅମୃତ ଯେ ମୁଁ ଦେଲି

ବିଷମୟ କଲୁ ତୁହି    ।

ଛାଡୁଥିଲୁ ରଡ଼ି ଯେଉଁ

ବିଜ୍ଞାନ ବଳରେ

କାହିଁ ଲୁଚୁ ଆଜି

କେଉଁ କରୋନା ଭୟରେ  ।।।।


ହେ ମାନବ

ମୁଁ କହୁଛି ପ୍ରକୃତି

ସୀମା ପାର ହୋଇ କରିଛୁ

ତୁ ଯେଉଁ ଅତ୍ୟାଚାର

କରୋନା ଭୂତାଣୁ ଆଜି

ତାହାର ଯେ ଫଳ    ।

ସରିନି ସମୟ ବେଳ ହୁଁ

ହୁଅ ସାବଧାନ

ନହେଲେ ହେବୁ ତୁ ନିଶ୍ଚେ

ଧରାରୁ ନିଶ୍ଚିହ୍ନ    ।।।।।


ହେ ମାନବ

ମୁଁ କହୁଛି ପ୍ରକୃତି

ଏ କଥା ତ ସତ ତୁ ଶ୍ରେଷ୍ଠ

ଅଟୁ ମୋ ସୃଷ୍ଟିରେ

ମାତ୍ର ତୁ ଭାବିଛୁ ରଖିବୁ

ମୋତେ ତୋ ବଶରେ   ।

ହୋଇଯାରେ ସାବଧାନ

ଶୁଣି ମୋର ଉକ୍ତି

ମୁଁ ଯେ ସ୍ରଷ୍ଟା ଅଟେ ତୋର

ତୁ ମୋର ଏକ ସୃଷ୍ଟି   ।।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy