STORYMIRROR

Banasmita Panda

Abstract Classics Fantasy

3  

Banasmita Panda

Abstract Classics Fantasy

ପ୍ରକୃତି

ପ୍ରକୃତି

3 mins
219


ମା ର ମମତାର ଅନେକ ରୂପ

ଅନେକ ଉପାୟରେ ତାର

ଶୀତଳ ଛାୟା

ମୁଁ ଦେଖିଛି ପ୍ରକୃତିକୁ

ମା ପରି ସ୍ନେହ କରିବାର

ସଭିଙ୍କୁ ସ୍ନେହ ଭରା ନିକିତିରେ

ସମାନ ରୂପେ ଲାଳନ ପାଳନ କରିବାର

ତାର ଛାତିରେ ଛାତିଏ ପ୍ରେମ

ମା ତ, ଏ ମମତା ତାର ପରିଚୟ

ମା କହିଲେ ପ୍ରଥମେ ମମତା ଶବ୍ଦ ଟି

ବେଶ ରୂପେ ଖଞ୍ଜି ଦେଇଛି ଈଶ୍ୱର

ସେ ଦେଇ ଦେଇ ଥକେନି

କିନ୍ତୁ ଏହା ସତ୍ୟ ଆମେ ନେଇ ନେଇ

ଆବଶ୍ୟ ଥକିଯାଉ !

ଖାଲି ଜଣକ ବ୍ୟତୀତ

ଯିଏ ସର୍ବଦା ମା ର ବିପକ୍ଷରେ ଆନ୍ଦୋଳିତ କରିବାକୁ ଚେଷ୍ଟିତ

ଦୁଷ୍ଟ ଶିଶୁ ପରି ତାର ଆଚରଣ

ଅବୁଝା ପଣରେ ମା ର ଆତ୍ମା

ସର୍ବଦା ଦୁଃଖିତ

ମା ତାକୁ ପ୍ରେମରେ ମନୁଷ୍ୟ ନାମକ ନାମରେ ନାମାଙ୍କନ କରିଥିଲା

ସୃଷ୍ଟିର ସର୍ବଶ୍ରେଷ୍ଠ ପୁତ୍ର ରୂପେ

ଘୋଷିତ କରିଥିଲା

ହେଲେ ସେ କୋଉ ଏ ମମତାର ମୂଲ୍ୟ

ବୁଝୁଥିଲା !

ପ୍ରକୃତି ନାମକ ମା ର ଏହା

ଆନ୍ତରିକ ବାର୍ତ୍ତା ଶିଶୁ ମାନଙ୍କ

ପ୍ରତି ଥିଲା

ମୋ ଅନୁରୂପ ରହିବାକୁ ଚେଷ୍ଟା କର

ମୋତେ ଅନୁକରଣ କର

ଅନ୍ୟଥା ଭୁଲ ପଥରେ ବାଟମାରଣା

ନ ହୋଇଯାଅ

ପରସ୍ପରର ସହାୟକ ହୁଅ

ହାତରେ ହାତ ଖଞ୍ଜି ଚାଲିବାକୁ

ଚେଷ୍ଟା କର.....

ଏହା ତାର ଶିକ୍ଷା ଥାଏ

ସଭିଁଙ୍କ ପାଇଁ.....

କେବେ ପ୍ରେମରେ

କେବେ ଗେଲ୍ହାରେ

କେବେ ଦୁଃଖରେ

କେବେ ଅଭିମାନ ଭରା ସ୍ୱରରେ

କେବେ କ୍ରୋଧରେ !

ସତରେ ମା ହିଁ ତ ସର୍ବସ୍ବ ଥାଏ

ଏକ ଶିଶୁର

କିନ୍ତୁ ଶିଶୁର ଚଲାପଥ ଯଦି ହୂଏ

ମା ର ପଣତର ବିଦ୍ରୋହୀ

କରେ ନିଜର ଅଭିମାନୀ ଇଚ୍ଛା କୁ ପୁରା

ଅହଂକାରରେ ଭରିଯାଏ ତାର ସ୍ୱାଭିମାନ

ପାପରେ ଭରି ଉଠେ ତାର ଶୈଶବ

ଆବଶ୍ୟକ ପଡ଼େନି ମା ର କୋମଳ ସ୍ପର୍ଶ

ଆବଶ୍ୟକ କରେନି ସେ ମଇଳା ପଣତର ସ୍ନେହ

ଠକିବାକୁ ଚେଷ୍ଟା କରେ ମା ର କୋମଳ, ନିଷ୍କପଟ ଭାବନାକୁ

କଳଙ୍କିତ କରିବାକୁ ଚେଷ୍ଟା କରେ

ମା ର ଆତ୍ମ ସ୍ୱାଭିମାନକୁ

ଭିଜାଇ ଦିଏ ରକ୍ତର ଲୁହରେ

ବାଧ୍ୟ୍ୟ ହୋଇଯାଏ ଏକ ମା ର

ମମତା ବିକଟାଳ ରୂପରେଖା ରେ

ପାଲଟି ଯାଏ ସେ ସ୍ନେହମୟୀ ରୁ

ବିନାଶକାରୀ 

ପ୍ରଳୟଙ୍କାରୀ କାଳୀ ସଦୃଶl !

ବଞ୍ଚାଇବାକୁ ଥାଏ ତାକୁ ଆହୁରି

ଅନେକ ଶିଶୁଙ୍କ ଜୀବନ

ସତରେ କେତେ ଯତ୍ନବାନ ମା ର ହୃଦୟ

ଯୁଗେ ଯୁଗେ ସେ ଯେ ମମତାମୟୀ !

ଈଶ୍ୱର କୁହନ୍ତି ଏବେ ତ ବୁଝି ଯା

ହେ ମନୁଷ୍ୟ

ବିନାଶର ଖେଳ ଖେଳନି ମାତୃ ସହ

ଯିଏ ତୋତେ ତୋର ଜୀବନର

ମୂଲ୍ୟବୋଧ କରାଇଛି

ହୃଦୟର ପ୍ରତି ସ୍ପନ୍ଦନ

ଦେଇଛି

ଯିଏ ତୋର ହାତ ଧରି ଚାଲିବା

ଶିଖାଇଛି

କୋଳରେ ଆଶ୍ରିତ କରିଛି

କେତେଯେ ମଧୁର ଗୀତରେ ତୋତେ

ଆକାଶେ ଚାନ୍ଦ, ସୂର୍ଯ୍ୟ ଠୁ ପୃଥିବୀର

ପ୍ରତିଟି କୋଣ ଦର୍ଶାଇଛି

ସୁନ୍ଦର ସ୍ମିତ, ଶୀତଳ ପବନର ଗତିରେ

ଆଉଁସି ଦେଇ ନିଦ୍ରା ଦେଇଛି

ସୁଗନ୍ଧଯୁକ୍ତ ମାଟିର ମହକରେ

ତୁମ ଜୀବିକାର ପଥ ପ୍ରଦର୍ଶକ ହୋଇଛି !

ଆଉ କରିବୁନି ପଶ୍ଚାତାପ

କାରଣ ସେତେବେଳକୁ କିଛି ନ ଥିବ

ହାତେ

ତୁ ରହିବୁ

ନା ରହିବ ତୋ ଅସ୍ତିତ୍ବ

ନା ରହିବ ଏ ବିଧାତାର ସୃଷ୍ଟି

ମାନି ଯା

ଏବଂ ବୁଝି ଯା

ସେ ଅପରୂପl ପ୍ରକୃତି ସହ

ସାମଞ୍ଜସ୍ୟକୁ

ତୁ ଭି ଖୁସିରେ ରହିବୁ

ସମସ୍ତ ପ୍ରାଣୀ ଖୁସିରେ ରହିବେ

ବୋଧେ ଏ ସଂସାର

ଏକ ଅନନ୍ୟ, ଅପୂର୍ଵ, ଶୃଙ୍ଖଳିତ

ଏବଂ ଅତୁଳନୀୟ

ସୃଷ୍ଟିର ଗନ୍ତାଘର

ହୋଇ ଉଠିବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract