STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

ପ୍ରକୃତି ଗୋ ତୁମେ

ପ୍ରକୃତି ଗୋ ତୁମେ

1 min
12K

ଯାମିନୀ ଗୋ ତୁମେ ଆସ ନିର୍ବିଘ୍ନ ରେ

କରେ ମୁଁ ପ୍ରତୀକ୍ଷା ମନନଦୀ ତୀରେ

ଅଂଶୁମାଳି ଫେରିଲେଣି ଅସ୍ତାଚଳେ।

ରକ୍ତିମ କିରଣ ଲୁଚେ ଅଦୂର ଅନ୍ଧାରେ


ରୁଣୁ ଝୁଣୁ ତୁମ ପାଦର ନୁପୁର ଶବ୍ଦ

ଶୁଭେ ଦୂର ଝାଉଁ ବଣେ, 

ଚୁପି ଚୁପି ଆସ ମୋ ନିକଟେ ପ୍ରିୟେ

ହଜି ଯିବା ମେଘ ମଲ୍ଲାର ସେ କଦମ୍ବବନେ।

ଯାମିନୀ ଗୋ ତୁମ ଆଗମନେ 

ମନେ ମୋର ବର୍ଷା ଝରେ ଶେଷ ଶ୍ରାବଣ ରେ


ଆକାଶ ଲାଲିମା ଓଠେ ମଥାରେ ସିନ୍ଦୂର

ଆଖିର କଜ୍ଜଳ ରାତ୍ରୀ ର ରଙ୍ଗରେ 

ସାଜି ଦେବି ବଧୁ ରୁପେ ଆଗୋ ଅନୁପମା

ତୁମ ପାଇଁ ଆଣି ପାରେ ପାରିଜାତ ସ୍ୱର୍ଗର।

ପ୍ରକୃତି ଗୋ ତୁମ ପ୍ରେମର ସାଗରେ ନିତି

ଅବଗାହେ , ତୃପ୍ତ ହୁଏ ବାର ବାର।

ହଜି ଯାଏ ମଜ୍ଜି ଯାଏ ତୁମ ଲାବଣ୍ୟରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract