STORYMIRROR

Samita Swain

Inspirational

3  

Samita Swain

Inspirational

ପ୍ରକୃତ ମଣିଷ ସେଇ

ପ୍ରକୃତ ମଣିଷ ସେଇ

1 min
373


ମାନବିକତାର ମହନୀୟ ଗୁଣ

ସ୍ନେହ, ପ୍ରେମ, ଦୟା,ଧର୍ମ

ମାନବର ସେବା ମାଧବର ସେବା

ନିସ୍ବାର୍ଥପର ସେ କର୍ମ।


ଉଦାର ହୃଦୟ ଶ୍ରଦ୍ଧା ସମ୍ମାନରେ

କର୍ମବାଦୀ ଯେଉଁ ଜନ

ହିଂସା,ଦ୍ବେଷ ଭାହ ନରଖେ ମନରେ 

ଉତ୍ସର୍ଗୀକୃତ ଜୀବନ।


ସ୍ବାର୍ଥ ପାଇଁ ସଦା ସଂପର୍କ ନବାନ୍ଧି

ବିଶ୍ବାସେ ବିଷ ନଦେଇ

ଆପଣା ପଣରେ ସୁଖ ଦୁଃଖ ବାଣ୍ଟେ 

ପ୍ରକୃତ ମଣିଷ ସେଇ।


ହୃଦୟେ ଯାହାର ଜାତି ପ୍ରେମ ବହ୍ନି 

ଆପେ ଆପେ ଜଳିଉଠେ

ସ୍ବାଭିମାନ ଆଉ ସଦାଚାର ସହ 

ପ୍ରାଣ ସବୁ ବେଳେ ଛୁଟେ।


ମୁଖର ବଚନ ନହୋଇ ଶାଣିତ 

ମଧୁର ମାର୍ଜିତ ହେଉ

କର୍ତ୍ତବ୍ୟ ପଥରେ ହେବା ଅଗ୍ରସର

ଜୀବନ ପଛକେ ଯାଉ।


ଐକ୍ଯ ଅଖଣ୍ଡତା ବଜାୟ ରଖିବା 

ଏକତାର ନିଦର୍ଶନେ

ଭଲ ପାଇବାର ଅନାବିଳ ପ୍ରେମ

 ସଦା ଶାଶ୍ବତ ଚିନ୍ତନେ।


ଗୁଣ ଓ ସ୍ବଭାବ ପ୍ରତି ମଣିଷ ର 

ଅଟେ ନିଶ୍ଚେ ଭିନ୍ନଭିନ୍ନ 

ମାନବିକତାକୁ ଜଗାଇ ପାରିଲେ 

ହେବ ଅନ୍ଯଠୁ ମହାନ୍।


ନିଷ୍ଠୁର ନିର୍ମମ ବିଶୃଙ୍ଖଳା ନିତୀ

ଆଚରଣ ନ କରିଲେ

ସୁଖମୟ ହେବ ଅମୂଲ୍ୟ ଜୀବନ 

ନିସ୍ବାର୍ଥ ଭାବନା ଥିଲେ।


ମହାପୁରୁଷଙ୍କ ମହତ ସେ ବାଣୀ 

ପ୍ରେମର ବୀଜକୁ ବୁଣି

ଯଶ ଗଉରବ ପ୍ରାପ୍ତ ହେବ ଜାଣ

ଅମୂଲ୍ୟ ସେ ମୁକ୍ତାମଣି।


ମହତ କରମ କରିଥିବ ଯଦି

ଜନମ ସାର୍ଥକ ହେବ

ମାନବ ନାମଟି ମାନ୍ଯତା ପାଇବ

ଦିବ୍ୟ ସତ୍ତା ଅନୁଭିବ।


-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational