STORYMIRROR

Prakash ranjan Swain

Romance

3  

Prakash ranjan Swain

Romance

ପ୍ରିୟତମା ବର୍ଷା

ପ୍ରିୟତମା ବର୍ଷା

1 min
188


 ଦିନ-ଦ୍ୱି-ପ୍ରହରରେ 

ସକାଳ ସଞ୍ଜରେ 

   ଆଉ

ନିଝୁମ ରାତିର କାଳରେ. 

ଯେବେ ଏଇ ପୃଥିବୀଟା 

କମ୍ପି ଉଠୁଥାଏ ବୈଶାଖର ତାତିରେ 

    ଆଉ 

ହାତ ଠାରି ଚିତ୍କାର କରିଉଠେ 

ତା'ର ସେଇ ଶୁଷ୍କ ଓଠ ନେଇ 

କରୁଣ କଣ୍ଠରେ. 

ସେତେବେଳେ ମୁଁ ଝରିପଡ଼େ 

ଟିକି ବର୍ଷା ବିନ୍ଦୁଟିଏ ହୋଇ 

    ଆଉ 

ଘୁରିବୁଲେ ଏଇ ଆକାଶବକ୍ଷରେ 

ମନ୍ଦ ମନ୍ଦ ପବନର ତାଳେ ତାଳେ

ପାଗଳିନୀଟେ ପରି ପ୍ରେମର ସଙ୍ଗୀତ ଗାଇ. 

ମୁଁ ଖାତିର କରେନା ସେଇ 

ନିଦାଘର ଅସହ୍ୟ ତାତିକୁ

      ନା,

ଖାତିର

କରେ କାଳ ବୈଶାଖୀର 

ସେଇ ଧୂ ଧୂ ବାଆକୁ.

    କିନ୍ତୁ, 

ମୁଁ ଉଡିବୁଲେ ପବନର ତାଳେ ତାଳେ 

ତା'ର ପ୍ରତିଟି ଅଣୁରେ. 

ତୁମେ ଯେତେବେଳେ ଅସହ୍ୟ ତାତିରେ 

ମୁମୂର୍ଚ୍ଛ ହୋଇଯାଅ 

     ଆଉ 

ଚିତ୍କାର କରି ଡାକି ଉଠ. 

ମୁଁ ସେତେବେଳେ ତୁମ ପ୍ରିୟତମା ସାଜି 

ଫେରିଆସେ ତୁମରି ପାଖକୁ 

ସିକ୍ତ କରିଦିଏ ତୁମର ସେଇ ଶୁଷ୍କ ଦେହକୁ. 

ଶାନ୍ତ କରିଦିଏ ତୁମର ସେଇ ଅଶାନ୍ତ ମନକୁ. 

        ଆଉ 

ଆଉଜାଇ ନିଏ ତୁମର ସେଇ 

କୋହଭରା, ସନ୍ତାପିତ ମନକୁ 

ମୋର ସ୍ନେହଭରା ଏଇ ଛାତି ଉପରକୁ. 

      ଜୟ ଜଗନ୍ନାଥ


Rate this content
Log in

Similar oriya poem from Romance