STORYMIRROR

Samar Ballav Bhoi

Romance Inspirational

4  

Samar Ballav Bhoi

Romance Inspirational

ବସନ୍ତ ଋତୁ ଓ ପ୍ରିୟା

ବସନ୍ତ ଋତୁ ଓ ପ୍ରିୟା

2 mins
191

    

ଫଗୁଣର ଚାହାଣୀରେ ପ୍ରିୟା ମୋର ହସେ

ଲାଜୁଆ ଭାବନାରେ ମନ ତାର ବସେ!!

ଫଗୁଣର ଫଗୁରଙ୍ଗେ ଭାରାକ୍ରାନ୍ତ ମନ

ବୁଝେନି କଦାପି ସିଏ ଭାବେ ରାତିଦିନ!!

ମୋବାଇଲ୍ ରିଙ୍ଗ୍ ରିଙ୍ଗ୍ ଶୁଭେ ଯେବେ କାନେ

ହଠାତ୍ ଚମକିପଡେ ସୟନେ ସପନେ!!

କେଜାଣି କିଏ ଡାକି ଦେଲାପରି 

ଉଠିପଡେ ବିଛଣାରୁ ସହଳ ସହଳ!!

ଭାବିନିଏ ବସନ୍ତ ଆସିଛି 

ମୃଦୁ ମଳୟକୁ ସାଥିରେ ଧରି

ବିଶ୍ବାସର ଭାବନାରେ ଯାଏ ସେ ଆବୋରି!!!


ଫାଲଗୁନ ଚୈତ୍ର ବସନ୍ତରେ   

ମୃଦୁ ମଳୟ ବହେ ଧିରେ ଧିରେ

ଫଗୁର ଆସରରେ ପ୍ରିୟା ମନ ଝୁରେ!!

ତରୁଲତା ପଲ୍ଲବିତ ବସନ୍ତ ଆଗମନେ  

ଧରିତ୍ରୀ ମା ହସୁଥାଏ ସବୁଜିମା ରଙ୍ଗେ

ଭରିଯାଏ ଭାବନାର ଅଭିଧାନ 

ମୋ ପ୍ରିୟାର ମନେ!!

ବୃକ୍ଷଲତା ଦୋହଲନ୍ତି ମଳୟ ପବନେ  

ଶିରି ଶିରି ମୃଦୁ ମଳୟେ ମନ ହୁଏ ଅଧିର

ଆଶାର ଆଲୋକରେ ପ୍ରିୟା ମୋର ଝୁରେ ଧରିରଖେ ହୃଦୟକୁ ସୟନେ ସପନେ!!!


ଶୀତର ପ୍ରକୋପ ଉଭାନ ହେଲାଣି 

ଧରା ହସେ କିରି କିରି

ବସନ୍ତ ଆସୁଛି ଫଗୁ ରଙ୍ଗର ଲମ୍ବା ପସରା ଧରି !!

ଆମ୍ବ ବଉଳିବ ଫଗୁଣ ମାସେ   

ଦିଗ ଚହଟିବ ତାର ସୁବାସେ!!

ଫଗୁ ସପନେ ଆସେ ମୋ ପ୍ରିୟା ଫୁଲେଇରାଣୀ

ଫଗୁରଙ୍ଗେ ନିଏ ମନକୁ କିଣି!! 


ସବୁଜ ସୁନ୍ଦର ଦିଶେ ଏ ଧରା  

ଅତ୍ୟନ୍ତ ସୁନ୍ଦର ଲାଗଇ ମୋ ପ୍ରିୟା ପରା !!

ଭ୍ରମରର ଗୁଣୁ ଗୁଣୁ ଶବ୍ଦରେ ଫୁଲର ମହକ ହସୁଥାଏ ବଗିଚାରେ ପଳାଶଫୁଲର ଝଲକ

ପ୍ରିୟା ଭାବନାର ରୁପରେଖ ଥାଏ ଅନେକ!!

                  

ବସନ୍ତ ଋତୁରେ ଦୋଳ ମେଳନ     

ପିଠା ଖିରି ପାଖେ ସଭିଙ୍କ ମନ!!

ଅଳସୀ ପ୍ରିୟାର ପ୍ରେମ ସପନ      

ଭରିଦିଏ ହୃଦେ ମିଠା ପ୍ରେମ ଚନ୍ଦନ!!

ହୋଲି ପରବର ଖରାସମୟରେ ଭାବିଥିଲି

ପ୍ରିୟାର ମୁଁହଁରେ ଅଭିର ମାରିବି ବୋଲି

କି କାରଣେ ପ୍ରିୟା ଅଟକି ରହିଲା    

ଜାଣିତ ପାରିଲି ନାହିଁ

ବିନା କାରଣରେ ହୃଦୟଟା ମୋର   

ଅଧିର ହୋଇଲା କାହିଁ!!

ପୂନେଇ ଜହ୍ନ ପରି ଗୋଲ ମୁଁହଁ ତାର

ବିଭିନ୍ନ ରଙ୍ଗର ଅଭିର ଲେପନେ   

ପ୍ରିୟା ଲାଗେ କେତେ ସୁନ୍ଦର!!

                    

ବସନ୍ତ ଋତୁରେ କୋକିଳ କଣ୍ଠର ମଧୁର ସ୍ବର

ଲେଖକ ଓ କବିଙ୍କ ହୃଦୟ ପୃଷ୍ଠାକୁ କରେ ଅଧିର

ପ୍ରେମ ଭରଷାରେ ପାଗଳ ହୁଏ ପ୍ରିୟା ମୋର

ସାତ ସପନର ଆଶା ପାଲିଙ୍କିରେ ମୋ ପ୍ରିୟା ଯେବେ ବସେ

ସପନ ସାଥିରେ ମନ ମିଶିଗଲେ ଲାଲି ଓଠ ତାର ହସେ।

ଫଗୁଣ ଆଣିଛି ରଙ୍ଗର ପସରା ହଳଦୀ ବସନ୍ତ ଦେହେ

ସାତ ସପନର ଉତ୍ତାଳ ତରଙ୍ଗ ପ୍ରିୟା ହୃଦୟକୁ ଛୁଉେଁ।

ପ୍ରଜାପତି ପରି ମନ ଉଡିବୁଲେ ପ୍ରେମର ପରଶ ପାଇ

ପହିଲି ଫଗୁଣ ପହିଲି ପରଶେ ପ୍ରିୟା ଯାଏ ଟିକିଏ ଲାଜେଇ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance