STORYMIRROR

Surjyakanta Dash

Romance Classics Inspirational

4  

Surjyakanta Dash

Romance Classics Inspirational

ପଚାରନା ପଚାରନା ମୋ ଲେଖାର କାହାଣୀ

ପଚାରନା ପଚାରନା ମୋ ଲେଖାର କାହାଣୀ

2 mins
271


ପଚାରନା ପଚାରନା ସଜନୀ ଆଉ

ମୋତେ ମୋ ଲେଖାର କାହାଣୀ ,

ପେଟ ଭୋକେ ମୋର ଜଳେ ସର୍ବାଙ୍ଗ ଶରୀର

ଯେବେ ନ ଥିଲା ମୁଣ୍ଡେ ପୁଆଳ ଛାଉଣୀ ।।

ଖୋଲା ଆକାଶ ତଳେ ତାରା ପିଠିରେ

ଲେଖିବାର ଅଭ୍ୟାସ ମୁଁ କରିଛି,

କେତେ କେତେ ଜହ୍ନ ଓଟ ପିଠିରେ ଥୋଇ

ଆଣିବାର ପ୍ରୟାସ ମୁଁ କରିଛି ।।

ଶୁଣିଛି ମୁଁ ନଈର କୁଳୁକୁଳୁ ଶବ୍ଦ ଏକାନ୍ତରେ

ହଜିଛି ମୁଁ କୋଇଲିର କାକଳି ଶବ୍ଦରେ,

ଖୋଜୁଛି ସବୁବେଳେ ମୁଁ ରେ ମୁଁ ର ସମଷ୍ଟି

ସକାଳରେ ଶବ୍ଦ ବି ଭୋକ ମେଣ୍ଟେଇ ପାରେ ।।

ଭିଜିଛି ମୁଁ ପାହାନ୍ତି ର ଶିଶିର ଟୋପାରେ

ମୋହିତ ମୁଁ ଆଜିଯାଏଁ ଭଗବାନଙ୍କ ସୃଷ୍ଟିରେ,

ଏବେ ଏବେ ଦେଖୁଛି ସ୍ଥାବର କିଟ ପତଙ୍ଗକୁ

ବିଛାକୁ ନଙ୍ଗଲା ବୁଭୁଖିତ ଜନ୍ଦାଙ୍କ ମଧ୍ୟରେ ।।

ଆଉ କେବେ ଝରିଯାଏ ଟପ୍ ଟପ୍ ହୋଇ

ବର୍ଷା ମୁଖର ସାରା ଦିନ ସାରା ରାତିରେ,

ଶୋଇବାକୁ ହୁଏ ନିରୋଳା ରେ ଜାକି ଜୁକି ହୋଇ

ପ୍ରିୟାର ପଣତରେ ଆଉ ତା ଉଲଗ୍ନ ଛାତିରେ ।।

ସୁପ୍ନ କେବେ ଛାଡ଼ି ପାରିବୁନି ବୋଲି ମୋତେ

କେତେଥର ପଚାରିଛି କଳ୍ପନା କବିତାରେ,

ହେଲେ ପଚାରି ପଚାରି ଥମି ଯାଇଛି ସେ

ବିତାଇଛି କେତେ ରାତି କବିତା କବିତାରେ ।।

ଦେଖାହୁଏ କେତେବେଳେ ପାହାଡି ଇଲାକାରେ

ଦୁଇ ପଞ୍ଜରାର ତଳେ କେତେ କେତେ ଦେହର ନାବିକ,

ଜୀବନ ଅଛି ତରଳ ଅନ୍ଧାର ନିଛକ ଆଦିବାସୀ ଗାଁରେ

ମାଡ଼ି ଆସେ କଳା ମେଘ,ଉଠେ ଜୀବନେ ଉତ୍ତାଳ ତରଙ୍ଗ ।।

ଜୀବନ ବି ଏମିତି ଧୋଉଥାଏ ଅନବରତ

ଶବ୍ଦ ସବୁ ଅଦୃଶ୍ୟ ହୋଇ କାଗଜରେ ଦୃଶ୍ୟମାନ,

ବିନା ଧ୍ବନିରେ ବି ସୃଷ୍ଟି ହୁଏ ନୀରବ କବିତା

ଖାଲି ଥାଅ ତୁମେ ଆଉ ଥାଏ ତୁମ ଅଭିମାନ ।।

ସମୟ ହୋଇଯାଏ ସ୍ଥିର ତୁମ ଆଗମନେ

ଧୋଇଦେଇ ମୋର ନିଦୁଆ ଆଖିପତା ,

ସବୁ ଅଚରିତ୍ର ପାଲଟି ଯାନ୍ତି ଚରିତ୍ରରେ

ସୃଷ୍ଟି ହୁଏ ଧାଡ଼ି ଧାଡ଼ି କବିତାର ଶୋଭାଯାତ୍ରା ।।

ଯନ୍ତ୍ରଣାରେ ଜର୍ଜରିତ ମୋର କବିତା କେତେବେଳେ

ପଚାରନି ମୋତେ କାହାଠୁ ଶିଖିଲୁ କାନ୍ଦିବା କନ୍ଦେଇବା,

ଜରି ଗୋଟାଳି ଝିଅ ଅବା ଅଭାଗିନୀ ବିଧବା ଟିଏ ପରି

ରୁପକଳ୍ପ ହୋଇଥାଏ କୋଉଠି ନା କୋଉଠି ପାଲଟେ କବିତା ।।

ଅନ୍ତରର ଭାବନାରୁ ଆକସ୍ମିକ ଭାବେ ସୃଷ୍ଟି ଶବ୍ଦ ବ୍ରହ୍ମ ସୃଷ୍ଟି

ଲେଖି ହୋଇଯାଏ ଖାଲି କାଗଜରେ କବିତା ମୋ ମାଧ୍ୟମରେ,

ଦେଖି ଦେଇ ଚତ୍ତୁର୍ପାଶ୍ୱର ଆଲୋକ ଅନ୍ଧାର ର ଖେଳ

ଝାପସା ଝାପସା ହୋଇ ଅଜାଡ଼ି ହୋଇଯାଏ ମୋ ଉପରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance