ପ୍ରିୟ ଉତ୍କଳ
ପ୍ରିୟ ଉତ୍କଳ
ବିଜିତ ଯହିଁ ମୋ ଜଗତର ନାଥ
ଓଡିଶୀ ନୃତ୍ୟ ପାଇଁ ବିଶ୍ଵ ପ୍ରସିଦ୍ଧ ।
କୋଟିପୁଣ୍ୟ ବଳେ ମିଳିଛି ଯା କୋଳ
ଉତ୍କର୍ଷ କଳାର ଦେଶ ମୋ ଉତ୍କଳ ।
ଓଡ଼ିଆ ପୁଅ ବୋଲି ମୁଁ କରେ ଗରବ
ବାରମାସରେ ପାଳେ ତେର ପରବ ।
ରଥଯାତ୍ରା ପାଇଁ ଆମେ ଜଗତେ ଖ୍ୟାତ
ପଖାଳ କଂସାରେ ଆମ ହୃଦୟ ତୃପ୍ତ ।
ଆରିଶା, କାକରା, ଏଣ୍ଡୁରି ଆଉ ପୋଡପିଠା
ଛେନାପୋଡ, ରସଗୋଲା, ଝିଲି ସୁସ୍ୱାଦୁ ମିଠା ।
ଓଡିଶୀ ,ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ
ଉତ୍କଳୀୟ କାରୁକଳା ପାଇଁ ବିଶ୍ୱେ ବନ୍ଦିତ ।
ଚଣ୍ଡାଶୋକ ହେଲେ ଏଠି ଧର୍ମ ପ୍ରବର୍ତ୍ତକ
ବୀରତ୍ୱର ଗାଥା ଗାଏ ବୀର ପାଇକ ।
ମହୋଦଧି କରେ ଯାହାର ଚରଣ ଧୌତ
ସ୍ନେହ ପ୍ରେମ ଶାନ୍ତି ଖୁସି କମଳେ ପୁଷ୍ପିତ ।
ଧଉଳି, କୋଣାର୍କ, ଚିଲିକା, ବାରବାଟୀ,
ଖଣିଜ ସମ୍ପଦ ପୂର୍ଣ୍ଣ ଉର୍ବର ଓଡିଶା ମାଟି ।
ମଧୁର ଭାଷା ତାହାର ସାହିତ୍ୟ ରୁଦ୍ଧିମନ୍ତ
ମନ କିଣି ନିଏ ପଟ୍ଟଚିତ୍ର ସୁକ୍ଷ୍ମ ହସ୍ତତନ୍ତ ।
ଉତ୍କଳୀୟ ସଂସ୍କୃତିରୁ ଘେନି ସଞ୍ଜିବନୀ
ବୀର ମହାପୁରୁଷଙ୍କ ସ୍ମୃତିକୁ ବଖାଣି ।
କୋଟି ପ୍ରାଣ ଆଜି ହେବା ଏକାକାର
ଗର୍ବରେ ଗାଇବା
ବନ୍ଦେ ଉତ୍କଳ ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।।