STORYMIRROR

Sandhyarani dash

Abstract Others

3  

Sandhyarani dash

Abstract Others

ସୁଖ ଟା ଫେରି ଆସିବ

ସୁଖ ଟା ଫେରି ଆସିବ

1 min
277

କହି ପାରେ ନାହିଁ ସହି ପାରେ ନାହିଁ

ଶୁଭେ ଖାଲି ହାହାକାର,

ନୟନ ର ଲୁହ ଓଠ ଦେଇ ଖସେ

ନିଜେ ଜାଣେ ସେ ନିଜର।


ଫେରିବା ପଥ ନାହିଁ ସିଏ ଜାଣେ

ତଥାପି ଚାହିଁଛି ଦୂରେ,

ବିରହ ବିଧୁରା କୋମଳ ହୃଦୟ

ହୋଇଛି ଆଜି ପଥର।


ଆକାଶ ର ଫୁଲ ତୋଳିବା ପାଇଁ କି

ହୃଦୟ କାନ୍ଦୁଛି ସିନା,

ସମୟର ବାଡ ବନ୍ଧ ପକାଇଛି

ବାରମ୍ବାର କରେ ମନା।


ହୃଦୟ ଟା ଏକ ନିବୁଜ କୋଠରୀ

ଦେଖିବା ପାଇଁ କି କଷ୍ଟ,

କିଛି କିଛି କଥା ଅକୁହା ବେଦନା

ଜୀବନ କୁ କରେ ନଷ୍ଟ।


ନୂଆ ସକାଳର ଅପେକ୍ଷା ର ଅନ୍ତ

ଦିନେ ନା ଦିନେ ହୋଇବ

ମନର ମରୁ ରେ ଫୁଟି ଯିବ ଫୁଲ

ସୁଖ ଟା ଫେରି ଆସିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract