ସୁଖ ଟା ଫେରି ଆସିବ
ସୁଖ ଟା ଫେରି ଆସିବ
କହି ପାରେ ନାହିଁ ସହି ପାରେ ନାହିଁ
ଶୁଭେ ଖାଲି ହାହାକାର,
ନୟନ ର ଲୁହ ଓଠ ଦେଇ ଖସେ
ନିଜେ ଜାଣେ ସେ ନିଜର।
ଫେରିବା ପଥ ନାହିଁ ସିଏ ଜାଣେ
ତଥାପି ଚାହିଁଛି ଦୂରେ,
ବିରହ ବିଧୁରା କୋମଳ ହୃଦୟ
ହୋଇଛି ଆଜି ପଥର।
ଆକାଶ ର ଫୁଲ ତୋଳିବା ପାଇଁ କି
ହୃଦୟ କାନ୍ଦୁଛି ସିନା,
ସମୟର ବାଡ ବନ୍ଧ ପକାଇଛି
ବାରମ୍ବାର କରେ ମନା।
ହୃଦୟ ଟା ଏକ ନିବୁଜ କୋଠରୀ
ଦେଖିବା ପାଇଁ କି କଷ୍ଟ,
କିଛି କିଛି କଥା ଅକୁହା ବେଦନା
ଜୀବନ କୁ କରେ ନଷ୍ଟ।
ନୂଆ ସକାଳର ଅପେକ୍ଷା ର ଅନ୍ତ
ଦିନେ ନା ଦିନେ ହୋଇବ
ମନର ମରୁ ରେ ଫୁଟି ଯିବ ଫୁଲ
ସୁଖ ଟା ଫେରି ଆସିବ