ଇର୍ଷା ର ଜ୍ଜ୍ୱଳନ୍ତ ନିଆଁ
ଇର୍ଷା ର ଜ୍ଜ୍ୱଳନ୍ତ ନିଆଁ
କି ଅନଳ ଏ
କ୍ଷୁଦା ତୃଷ୍ଣା ଠାରୁ
ତୀକ୍ଷ୍ଣ କି ଆ କଷ୍ଟ
ଜୀବନ ଯନ୍ତ୍ରଣା ର ସଙ୍ଗମ ପଥେ?
କଲି ଅନୁଭବ ମୁଁ
ବୁଝିଲି ତା ଜ୍ୱାଳା
ଆଉ ଅନ୍ତର ବେଦନା
ଖାଇ ବିଷ କୁମ୍ଭ ମୁଖେ ଥିବା ମହୁ
ମୋ ଅନୁଭୂତି
ସଜାଗ କରୁଛି
ପ୍ରତି ନିଶ୍ୱାସ କୁ ମୋର
ଖୁସି ଦେଖି ଅନ୍ୟ ର
ଚେଷ୍ଠା କର ହେବାକୁ ସୁଖୀ
ଆଉ ଭୁଲିବାକୁ ନିଜ ଦୁଃଖ କରି ସୁକୀର୍ତ୍ତୀ
ସାଙ୍ଗ, ସାଥି, ବନ୍ଧୁ ପରିବାର ଆଉ ପରିଜନ
ହେଲେ କାହା ପ୍ରିୟ
କାଇଁ ନେଉ ଆମେ ଇର୍ଷା ର ଆଶ୍ରୟ
ହସି ଖେଳି ନ ଗଢି ଖୁସିର ଜୀବନ
ଆଣି ଇର୍ଷା ଭାବ
କରୁ ନିମନ୍ତ୍ରଣ
କୁକାର୍ଯ୍ୟ କୁପଥ ର ହେଉ ଅନୁଗାମୀ
ନବୁଝି ନଶୁଝି ଜୀବନ ଅମୃତ ବାଣୀ
ଲୋଭ ମୋହ ମାୟା ମଦ ମାଶ୍ଚର୍ୟ୍ଯ
ଷଡ ରିପୁ ପରି
ଇର୍ଷା କରେ ଅସୁର ରାଜ୍ୟ ରାଜତ୍ୱ
ଅଦିନ ଶତ୍ରୁ ହୋଇ