ପରାକ୍ରମର ଅନ୍ୟନାମ ନେତାଜୀ ସୁଭାଷ
ପରାକ୍ରମର ଅନ୍ୟନାମ ନେତାଜୀ ସୁଭାଷ
ଧନ୍ୟ ଆହେ ଉତ୍କଳମାତାର ଯୋଗ୍ୟତମ ସୂତ
ବୀରତ୍ୱ ପରାକ୍ରମର ତୁମେ ରୂପ ମୂର୍ତ୍ତିମନ୍ତ
ସ୍ଵରାଜପଥେ ଦେଶବାସୀଙ୍କୁ କରି ଏକତ୍ରିତ
ମାତୃଭୂମି ସେବା ନିଶାରେ କରିଲ ପ୍ଳାବିତ ।
ଉଚ୍ଚଉଚ୍ଚ ପଦବୀକୁ କରି ପ୍ରତ୍ୟାଖ୍ୟାନ
ଦେଶ ସେବା ନିମନ୍ତେ ଉତ୍ସର୍ଗିଲ ଜୀବନ
ସ୍ୱାଭିମାନ ରକ୍ଷା ପାଇଁ କରି ଶତସିଂହର ଗର୍ଜନ
ସ୍ଵାଧୀନତା ନବସୂର୍ଯ୍ୟର ଗଢିଲ ସୋପାନ ।
ଦିଲ୍ଲୀ ଚଲୋ ଡାକରା ଦେଲ ହେ ମାତୃଭକ୍ତ
ଶତ୍ରୁର ଶତୃ ମିତ୍ର ନୀତିରେ କରିଲ ଦୀକ୍ଷିତ
ଶିଖାଇଲ ରକ୍ତ ବଦଳରେ ସ୍ଵରାଜର ମନ୍ତ୍ର
ମୁକ୍ତି ସଂଗ୍ରାମର ଉନ୍ମାଦନା ହୋଇଲା ଜାଗ୍ରତ ।
ଜାଗିଲା ସୁପ୍ତ ଭାରତୀୟଙ୍କ ଶିଥିଳ ଧମନୀ
ତେଜିଲା ଆଜାଦ ହିନ୍ଦ ଫୌଜରେ ମୁକ୍ତିର ବହ୍ନି ।
ମିତ୍ରଶକ୍ତି ସହ ବଢାଇଲ ବନ୍ଧୁତ୍ୱର ହାତ
ହିଟଲର ମଧ୍ୟ ଶ୍ରଦ୍ଧାରେ କଲେ ମଥାନତ
ଫିରିଙ୍ଗି ସେନା ଭୟରେ ହେଲେ ଆତଙ୍କିତ
ବ୍ରିଟିଶ ସରକାରଙ୍କ ଯୋଜନା ହେଲା ପ୍ରତିହତ ।
ସର୍ବଶ୍ରେଷ୍ଠ ନେତା ତୁମେ ଭାରତ ମାତାର
ନେତାଜୀ ଉପାଧି ତୁମକୁ ଦେଲେ ହିଟଲର
ଦେଶବାସୀଙ୍କ ହୃଦୟରେ ତୁମେ ରହିଛ ଅମର
ଜନ୍ମର ଦିନ ଜଣା ସଭିଙ୍କୁ କିନ୍ତୁ ନାହିଁ ମୃତ୍ୟୁର ।
ସୁଦୂର ଜାପାନସ୍ଥିତ ରେଙ୍କୋଜୀ ମନ୍ଦିର
ସାଇତି ରଖିଛି ଅସ୍ଥି ମହାନାୟକଙ୍କର
ନେତାଜୀ ସଂଗ୍ରହାଳୟ ଜନ୍ମସ୍ଥାନ କଟକର
ଗାଉଛି ଅମଳିନ ସ୍ମୃତି ମହାନ୍ ବୀରତ୍ୱର ।
ସୁଦୂର ଜାପାନସ୍ଥିତ ରେଙ୍କୋଜୀ ମନ୍ଦିର
ମହାନାୟକଙ୍କ ଅସ୍ଥି ରଖିଛି ସାଇତି
ଜନ୍ମସ୍ଥାନ କଟକ ନେତାଜୀ ସଂଗ୍ରହାଳୟ
ଗାଉଛି ମହାନ୍ ବୀରତ୍ୱର ଅମଳିନ ସ୍ମୃତି ।
ସୁଦୂର ଜାପାନସ୍ଥିତ ରେଙ୍କୋଜୀ ମନ୍ଦିରରେ
ରଖିଛି ସାଇତି ବୀର ଅସ୍ଥି ଅତି ଯତନରେ
ନେତାଜୀ ଜନ୍ମସ୍ଥାନ କଟକ ସଂଗ୍ରହାଳୟରେ
ଗାଏ ବୀରତ୍ୱର ଅମଳିନ ସ୍ମୃତି ଅତି ଆନନ୍ଦରେ ।
ପରାକ୍ରମର ଅନ୍ୟନାମ ନେତାଜୀ ସୁଭାଷ
ଜନ୍ମବାର୍ଷିକୀରେ ପାଳିତ ପରାକ୍ରମ ଦିବସ
ଧନ୍ୟ ମୋ କଟକ ଧନ୍ୟ ମୋ ଉତ୍କଳ ଭୂଇଁ
ଗର୍ବିତ ଧରିତ୍ରୀ ମାତା ତୁମକୁ କୋଳରେ ପାଇ ।
