ସୁଖଦ ମୁହୁର୍ତ୍ତ
ସୁଖଦ ମୁହୁର୍ତ୍ତ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସୁଖଦ ମୁହୁର୍ତ୍ତ ପ୍ରଭୁ ଆଶିର୍ବାଦ
ସମୃଦ୍ଧିର ଚିର ଛବି
ଖୁସିର ମାହୋଲ ସର୍ବ ପରିବ୍ୟାପ୍ତ
ମାନବ ହିଁ ଅନୁଭବି ! !
ଧନ ଧାନ୍ଯେ ପୁର୍ଣ୍ଣ ସ୍ଵର୍ଣ୍ଣୀମ କୁଟୀର
ପାପା ମାମା ପ୍ରୀତିଧାର ,
ଅଭାବ କଷଣ କରେ ନାହିଁ ସ୍ପର୍ଶ
ପାପା ଆମ କର୍ମବୀର ! !
ଆନନ୍ଦ ଉଲ୍ଲାସ ଭାବନା ସରସ
ଉତ୍ସବ ପରବ କୀର୍ତ୍ତି ,
ଜନ୍ମ ଦିବସରେ ପ୍ରୀତିଛବି ଭାସେ
ଆଶିର୍ବାଦେ ବଢେ ଖ୍ଯାତି ! !
ଆମେ ସୁନାରତ୍ନ ପାପା ମାମା ଙ୍କର
କର୍ତ୍ତବ୍ୟ ପାଳିବୁ ସଦା ,
ଅବହେଳା ଚିତ୍ର ହେବନି ପ୍ରତୀତ
ଆମେ ପରା ଟିକି ଯୋଦ୍ଧା ! !
ଶୁଭ ଅବସର ଖୁସି ବିଶେଷାଙ୍କ
ଜୀବନର ଅଭିସାର ,
ହେ ଅଭିଭାବକ ଚିର ପୂଜ୍ଜ୍ଯଷ୍ପଦ
କୋଟି କୋଟି ନମସ୍କାର ! !
ମୁନା କୁନା ଟୁନା ଭାବି ସମ୍ଭାବନା
ମହଲ ଗୌରବ ମଣି ,
ଶୁଭାଶିଷ ଦିଅ ପ୍ରଭୁ ଜଗନ୍ନାଥ
ସର୍ବେ ଆମେ ତବ ଋଣୀ ! !