STORYMIRROR

Prabhas Mohapatra

Abstract

3.1  

Prabhas Mohapatra

Abstract

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
432


ଗର୍ବ ଲାଗେ ମୋତେ ଓଡ଼ିଆ ବୋଲି

ମିଠା ଲାଗେ ତାର ଭାଷା ।

ଭଲ ଲାଗେ ମୋତେ ଅଭଡ଼ା ତୋରାଣି

ମୋ ପ୍ରିୟ ପଖାଳ କଂସା ।।୧


ଓଡ଼ିଆ ଅକ୍ଷର ଓଡ଼ିଆ ପରବ

ଓଡ଼ିଶାର ଜାନି ଯାତ୍ରା

ସବୁଠୁ ସୁନ୍ଦର ଅତି ମନୋହର

କାଳିଆ ର ରଥ ଯାତ୍ରା ।।୨


ଓଡ଼ିଆ ର ଧୋତି ଚଷା ର ପଗଡ଼ି

ଅଣ୍ଟାରେ ଭିଡା ଗାମୁଛା ।

ଭାରି ଭଲଲାଗେ ସବୁଜ କ୍ଷେତରେ

ଚାଷୀ କଟେ ଧାନ ଗୁଛା ।।୩


ଏ ମାଟିରେ ଗଢା ମୋହରି ଶରୀର

ଏ ମାଟି ମୋର ମାଆ ।

ଭାରି ଖୁସି ଲାଗେ ଥରୁଟେ ଶୁଣିଲେ

ପ୍ରବାସେ ତାହାରି ନାଆଁ ।।୪


ଓଡ଼ିଶାର ନୃତ୍ୟ ଓଡ଼ିଆର ହାତ

ଆହାଃ କି ସୁନ୍ଦର କଳା ।

ସଂସ୍କୃତି ତାହାର ବିଶ୍ବେ ମନୋହର

ରାଜା ପରା ଚକାଡୋଳା ।।୫


ଭଲ ଲାଗେ ମୋତେ ଓଡ଼ିଆ ର ଠାଣି

ଭଲ ଲାଗେ ତାର ଚାଲି ।

ଗର୍ବ ଲାଗେ ଆଜି ସନ୍ତାନ ମୁଁ ସାଜି

ଉତ୍କଳ ମାଆର ବୋଲି ।।୬


Rate this content
Log in

Similar oriya poem from Abstract