କର୍ମଯୋଗୀ
କର୍ମଯୋଗୀ
ଦୃଢ଼ ଇଚ୍ଛା ବଳେ ପିମ୍ପୁଡି ବୋହଇ
ତା'ଠାରୁ ଅଧିକା ଶହେ ଓଜନ
ଥଣ୍ଟରେ କାଠକୁ କାଟି କାଟି ପୁଣି
କାଠହଣା ପାଏ କେତେ ସମ୍ମାନ l
କର୍ମ କଲେ ସିନା ସୁଫଳ ମିଳଇ
ମିଳେ ପୁଣି ଯଶ, ଧନ
ଅଳସୁଆ ହୋଇ ଶୋଇଥିଲେ ଖଟେ
ଦାରିଦ୍ର୍ୟରେ ଜାଣ କଟିବ ଦିନ l
କର୍ମ ବଳେ ପଙ୍କେ ପଦୁଅଁ ଫୁଟଇ
ବଗିଚାରେ ଫୁଟେ ମଲ୍ଲୀ ଚହଟ
ଚେଷ୍ଟା କରୁଥିଲେ ଉଚିତ ସମୟେ
ସପନ ହୋଇବ ନିଶ୍ଚୟ ସତ l
କାପୁରୁଷ ହୋଇ କପଟ କରିଲେ
ହୁଏ ସର୍ବନାଶ ଆସେ ସଙ୍କଟ
ସତ୍ୟବାଦୀ ହୋଇ କର୍ମଯୋଗୀ ହେଲେ
ସଦା ସୁଖୀ ହୋଇ ଚାଲିବ ବାଟ l