ଭଗବାନ ଯଦି ପ୍ରସାଦ ସେବନ କରନ୍ତେ
ଭଗବାନ ଯଦି ପ୍ରସାଦ ସେବନ କରନ୍ତେ
ସତରେ ଯଦି ଭଗବାନ
ପ୍ରସାଦ ସେବନ କରନ୍ତେ
ମଣିଷ କଣ ସବୁଦିନେ
ଭୋଗ ଥାଳି ରଖନ୍ତା
ଖଇ ଉଖୁଡା ଭୋଗ ଦେଇ
କାମ ଚଳେଇ ଦେବା ମଣିଷ
ଷାଠିଏ ପଉଠି ଭୋଗ
ଭଗବାନଙ୍କୁ କଣ ପରଶି ଦିଅନ୍ତା
କାମବାଲିକୁ ବାସୀ ରୁଟି ବିସ୍କୁଟ ଚା ଦେଇ
ନିଜକୁ ଦାନୀ ଭାବିବା
ଏହି ଲୋଭୀ ସମାଜର ମଣିଷ
ଭୋଗର ଥାଳି
ଭଗବାନଙ୍କୁ କଣ ଦେଇ ପାରନ୍ତା
ସତରେ ଯଦି ଭଗବାନ
ପ୍ରସାଦ ସେବନ କରନ୍ତେ
ଘରର ଗୁରୁ ଗୁରୁଜନଙ୍କୁ ପରଷିବା ବେଳେ
କେତେ ଅର୍ଜନ କରିବି ବୋଲି
ଚିଲାଈବା ଘୃଣ୍ୟ ସମାଜ
ଭଗବାନଙ୍କୁ ସନ୍ତୁଷ୍ଟ କରିପାରନ୍ତା
ସ୍ୱାମୀ ସ୍ତ୍ରୀ ନିଜ ପିଲାଙ୍କ ଛଡା
ଅନ୍ୟ କାହା ପାଇଁ କିଛି କରିବାକୁ
କୁଣ୍ଠାବୋଧ
କରୁଥିବା ଶ୍ରେଷ୍ଠ ଜୀବ
ପୂଜା ଫଳ ଭୋଗରୁ ଟିକେ ସମର୍ପଣ କରି
ଚିନି ଗୁଡ଼ ଦେଇ କାମ ଚଳାଇ
ଆତ୍ମ ସନ୍ତୁଷ୍ଟି କରୁଥିବା ମଣିଷ
ଭଗବାନଙ୍କୁ କ୍ଷୀର ଲହୁଣୀ ଦେଇପାରନ୍ତା
ସତରେ ଯଦି ଭଗବାନ
ପ୍ରସାଦ ସେବନ କରନ୍ତେ
ଦିନେ ଦୁଇଦିନ ନହେଲେ ସାତଦିନ ଦେଇ
ନିଜର ସ୍ଲୋଗାନ ଆରମ୍ଭ କରନ୍ତା
ପୃଥଳକାୟ ହେଲଣି
ବସିବସି କେତେ ଖାଉଛ
କିଛି କାମଧନ୍ଦା ନାହିଁ
କାମ କଲେ ଜାଣିପାରନ୍ତ କଷ୍ଟ କେତେ
ମୁଁ ଖଟୁଥିବି ତୁମେ ବସିଥିବ
ଖାଇବା ଛଡା କଣ କରୁଛ ଯେ
ସବୁବେଳେ ତମକୁ ଦେଇପାରିବିନି
ଶେଷରେ ମଣିଷ ଉପାୟ ଶୂନ୍ୟ ହୋଇ
ଅଲଗା ରୁମ କୁ ନେଇ ଲୁଚେଇ ଖାଇ ଦିଅନ୍ତା
ସତରେ ଯଦି ଭଗବାନ ପ୍ରସାଦ
ସେବନ କରନ୍ତେ