ଏକ ନୂତନ ଦିଗନ୍ତର ଅନ୍ୱେଷଣରେ
ଏକ ନୂତନ ଦିଗନ୍ତର ଅନ୍ୱେଷଣରେ
ଏକ ନୂତନ ଦିଗନ୍ତର ଅନ୍ୱେଷଣରେ
ସନ୍ଦେହୀ ମନ ଅସରନ୍ତି ପ୍ରଶ୍ନବାଚୀରେ
ବଢିଚାଲିଛି ସମୟର ଅନ୍ତରାଳରେ
ପର ଏବଂ ଆତ୍ମୀୟତାର ଅନୁସନ୍ଧାନରେ ।
ଭୁଲ୍ ଠିକ୍ ଆଉ ପାପ ପୁଣ୍ୟର ଦ୍ୱନ୍ଦରେ
ହଜାଇଛି ମଣିଷତ୍ୱ ଅଜ୍ଞାନତାର ସ୍ପର୍ଶରେ
ମୋହଗ୍ରସ୍ତ ପଥିକ ମାୟାର ବନ୍ଧନରେ
ଅଗ୍ରସର ନୂତନ ଆଲୋକର ଅପେକ୍ଷାରେ ।
ମନ ଅସୁମାରୀ ପ୍ରଶ୍ନର ଅକ୍ତିଆରରେ
ଖୋଜେ ନିଜ ଠିକଣା ଘନ ଅନ୍ଧକାରରେ
ପଡି ଜନ୍ମ ମୃତ୍ୟୁର ଅହରହ ଚକ୍ରରେ
କରେ ମୁକ୍ତିଲାଭ ଆଶା ବିଭୁ ଚରଣରେ ।
କେତେ ଯେ ଯୁଗ ଅପେକ୍ଷାର ଅନ୍ତ ପରେ
ଦୂର ଦିଗନ୍ତର ଶେଷେ ନିସ୍ତବ୍ଧ ପ୍ରହରରେ
ଆତ୍ମା ସହ ପରମାତ୍ମାଙ୍କ ମିଳନ ଲକ୍ଷ୍ୟରେ
ମାଟିର ପିଣ୍ଡୁଳାଟି ଲୀନ ହେବ ଅନଳରେ ।
ଏକ ନୂତନ ଦିଗନ୍ତର ଅନ୍ୱେଷଣରେ
ଆଜୀବନ ପ୍ରତି କର୍ମମୟ ପରିସ୍ଥିତିରେ
ଗୁହାରୀ କରଇ ପ୍ରଭୁ ତୁମ ପାଦପଦ୍ମରେ
ଜପି ତବନାମ ମିଶୁ ଶରୀର ପଞ୍ଚତତ୍ତ୍ଵରେ ।
