STORYMIRROR

Amitav Sahu

Abstract Others

3  

Amitav Sahu

Abstract Others

ନାହିଁ ଏଠି ଆଜି

ନାହିଁ ଏଠି ଆଜି

1 min
130

ନାହିଁ ଏଠି ଆଜି ଦୟାମୟ ସ୍ନେହ

ଅଛି ଏଠି ଖାଲି ଲହୁ ଲୁହାଣର

କୃର ଦୁଃଖତାର ଫାଶବୁକ ବିହ ।।


ନାହିଁ ଏଠି ଆଜି ଆପଣାର ରାବ

ଅଛି ଏଠି ଖାଲି ଉଚ୍ଚ ନିଚ୍ଚତାର

ପରାଣତା ଜାତିଆଣ ଭେଦଭାବ ।।


ନାହିଁ ଏଠି ଆଜି ସତ୍ୟତାର କୃତ

ଅଛି ଏଠି ଖାଲି ମିଥ୍ୟା ଅସାଧୁର

ଅନ୍ୟାୟ ଅନିତି ତୁଚ୍ଛ ରୀତିମତ ।।


ନାହିଁ ଏଠି ଆଜି ପ୍ରେମ ଆଦରତା

ଅଛି ଏଠି ଖାଲି ଦୁଃଖ ଯନ୍ତ୍ରଣାର

ହୃଦୁ ହୃଦେ ବେଦନାର ଆକୁଳତା ।।


ନାହିଁ ଏଠି ଆଜି ଉଚ୍ଛାହ ପ୍ରେରଣା

ଅଛି ଏଠି ଖାଲି ନିନ୍ଦା ଅପବାଦ

ଦାଳିତ୍ୟ ଲାଞ୍ଛିତ ଘୃଣ୍ୟ ପ୍ରତାରଣା ।।


ନାହିଁ ଏଠି ଆଜି ପରାଣ ପିରତୀ

ଅଛି ଏଠି ଖାଲି କର୍ଷଣ ବର୍ଷଣ

ଲୁଣ୍ଠନ ଶୋଷଣ କାର୍ଯ୍ୟ କଳାକୃତି ।।


ନାହିଁ ଏଠି ଆଜି ମଧୁର ମମତା

ଅଛି ଏଠି ଖାଲି ଅସହାୟତାର

ନିର୍ଲସ ନିର୍ଦୟା ଘୋର ନିଷ୍ଠୁରତା ।।


ନାହିଁ ଏଠି ଆଜି ଭକତି ଭାବନା

ଅଛି ଏଠି ଖାଲି ଅସଦ ଆଚାର

ଅପବ୍ଯବହାର ହିନ ଆରାଧନା ।।


ନାହିଁ ଏଠି ଆଜି କର୍ମ ପ୍ରବଣତା

ଅଛି ଏଠି ଖାଲି ମନ୍ଦ ଆଚରଣ

କାମ ଚୋର ଲୋଭ ମୋହ ବ୍ଯାକୁଳତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract