STORYMIRROR

Banabihari Mishra

Abstract

3  

Banabihari Mishra

Abstract

ଜୀବନ ମନ୍ତ୍ର (୨)

ଜୀବନ ମନ୍ତ୍ର (୨)

1 min
297

ହସିବାର କଳା   କାନ୍ଦିବା କୌଶଳ 

   ଭଲଭାବେ ଯିଏ ଶିଖିଯାଇଛି

ଦୁନିଆଁ ଦାଣ୍ଡରେ  ଖେଳି ଜିତିବାରେ

 ପୁରା ପୋଖତ ସେ ହେଇଯାଇଛି।


ହସିବା ବେଳରେ  ସମସ୍ତେ ଥାଆନ୍ତି 

  କାନ୍ଦିବା ବେଳରେ ନଥାନ୍ତି କେହି 

ଏକା ଏକା କାନ୍ଦି   ନିଜ ଲୁହ ନିଜେ

  ପୋଛେ ଯେ ଜଗତଜିତାଟି ସେହି ।


ସୁଖ ଆଉ ଦୁଃଖ   ସମୟ ନଈର

  ଏପାଖ ସେପାଖ ଦୁଇଟି କୂଳ

ଭାସି ଯାଉଯାଉ  କେବେ ଏ କୂଳରେ

  ଅବା ଲାଗିଯାଏ ସେପଟ କୂଳ।


ସୁଖ କୂଳେ ଥାଇ   ସେ କୂଳକୁ ଚାହିଁ 

   ମଣିଷ ବାପୁଡା ହସେ ଖୁସିରେ

ଜାଣିପାରେ ନାହିଁ    ସମୟର ସୁଅ

  କେବେ ନିଏ ତାକୁ ଦୁଃଖର ତୀରେ।


ଦୁଃଖ କୂଳରେ ଯେ ଥାଏ, ଲୁହ ଢାଳେ

  ଆକୁଳେ ଚାହେଁ ସେ ଆର କୁଳକୁ 

ହାତଗୋଡ ଛାଟି    ନୟାନ୍ତ ହୁଏ ସେ

  ଯିବାପାଇଁ ନଈ ଆର ପାଖକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract