Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Abstract

3  

SARATA KUMAR DAS

Abstract

ଭଲ ଲାଗେ ମୋତେ

ଭଲ ଲାଗେ ମୋତେ

1 min
276



ଭଲ ଲାଗେ ମୋତେ

     ପକ୍ଷୀଟିଏ ଯେବେ ଆକାଶେ ଉଡେ,

ଗୀତ ଗାଇ ଗାଇ

     ବରଗଛ ଡାଳେ ନୀଡଟି ଗଢେ ।


ଭଲ ଲାଗେ ମୋତେ 

     ଶିଶୁଟିଏ ଯେବେ ଦିଅଇ ହସି,

ସତେକି ହାତକୁ

     ସରଗରୁ ଶଶୀ ପଡିଛି ଖସି  ।


ଭଲ ଲାଗେ ମୋତେ 

     ଫୁଲଟିଏ ଯେବେ ବାଡିରେ ଫୁଟେ,

ରଙ୍ଗ ବେରଙ୍ଗର 

     କଅଁଳ କଢିରୁ ବାସ ଚହଟେ ।


ଭଲ ଲାଗେ ମୋତେ 

     ଧରିବାକୁ ଟିକି ପରଜା ପତି,

ଟିକି ଡେଣା ଝାଡି

    ଏ ଫୁଲୁ ସେ ଫୁଲ ଉଡଇ ନିତି ।


ଭଲ ଲାଗେ ମୋତେ 

     ପିଲାମାନେ ଯେବେ ପଢି ବସନ୍ତି, 

ପିତା ମାତା ଆଦି 

     ଗୁରୁ ଗୁରୁଜନ କଥା ମାନନ୍ତି  ।


ଭଲ ଲାଗେ ମୋତେ

     ସୁନୀଳ ଆକାଶେ ପୁନେଇଁ ଜହ୍ନ, 

ମିଟିମିଟି ତାରା 

     ଗହଣରେ ହସି ମୋହଇ ମନ ।


ଭଲ ଲାଗେ ମୋତେ 

     ଶୀତୁଆ ସକାଳେ କଅଁଳ ଖରା,

ନାଚେ ବଣ ବିଲ 

     ନାଚେ ପରବତ ନାଚଇ ଧରା ।


ଭଲ ଲାଗେ ମୋତେ 

     ଗାଇବାକୁ ଗୀତ ମନ ଖୁସିରେ,

ଯେଉଁ ଗୀତ ସୁର 

     ମିଠା ମିଠା ଲାଗେ ପୀରତି ଝରେ ।


ଭଲ ଲାଗେ ମୋତେ

     ଗାଆଁ ଆମ୍ବ ତୋଟା କୋଇଲି ସୁର,

କଳ କଳ ନାଦେ 

     ବହୁଥାଏ ଯେବେ ନଦୀର ଧାର ।


ଭଲ ଲାଗେ ମୋତେ 

     ହସେ ଯେବେ ବିଲେ ସୋରିଷ ଫୁଲ,

ରହି ରହି ବାସ

     ଛୁଉଁ ଥାଏ ଦେହ ଅମୂଲ ମୂଲ ।


ଭଲ ଲାଗେ ମୋତେ 

      ମଧୁର ବଚନ ମଧୁର ଭାବ,

ଦୂର ହୋଇଯାଏ

     ହିଂସା ଓ କପଟ ଯେତେ ଗରବ ।


Rate this content
Log in

Similar oriya poem from Abstract