Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Abstract

ଲକ୍ଷ୍ୟ ସେହି କର୍ତ୍ତବ୍ୟ ଭିତରେ

ଲକ୍ଷ୍ୟ ସେହି କର୍ତ୍ତବ୍ୟ ଭିତରେ

1 min
266



କର୍ତ୍ତବ୍ୟ ଭିତରେ ଭାଷାର ଭଅଁର

ଭାବର ପୂଜାରୀ ଟିଏ, 

ଆଶା ଆଲୋକରେ ଶିଶୁର ବିକାଶ 

ଜାତିର ଉନ୍ନତି ଚାହେଁ.

ଦେଶର ବିକାଶ ସଚେତନତାର

ବାର୍ତ୍ତା ସନ୍ଧାନ କରି,

ବାଳୁତ ସଙ୍ଗରେ ଆଲୋଚନା ରତ

ଆଗାମୀ ଭବିଷ୍ୟ ଧରି.

କୋମଳ ହାତରେ ଗଢ଼ି ଉଠିଥିଲା

କୋଣାରକ ଇତିହାସ,

ମନ୍ଦିରର ମୁଣ୍ଡି ମାରିଣ ଧରମା 

ରଖିଛି ଆପଣା ବଂଶ. 

କୋମଳ ମତିର ବାଜି ରାଉତ ଟା

ଶତୃକୁ ପାରି ନ କଲା,

ମାତୃଭୂମି ପାଇଁ ମଝି ଦରିଆରେ

ପ୍ରାଣବଳି ଦେଇ ମଲା.

ଟିକି ପିଲା ଧୃବ ଆପଣା ବିଶ୍ବାସେ 

ପାଇଲା ସରଗେ ସ୍ଥାନ, 

ଛୋଟ ପ୍ରହଲ୍ଲାଦ ନିଜର ପିତାଙ୍କୁ

ଦେଖାଇଲା ନାରାୟଣ.

ଛୋଟ ଗଜା ଦିନେ ବଡ଼ ଦୃମ ହୋଇ

ଦିଏ ଛାଇ ଫୁଲ ଫଳ,

ସେଇ କ୍ଷୁଦ୍ରତା ରୁ ପ୍ରବଳ ମିଳଇ

ବର୍ଷା ବିନ୍ଦୁ ସିନ୍ଧୁ ଜଳ.

ସଂସ୍କାର ସଂସ୍କୃତି ଆଚାର ପ୍ରକୃତି

ବ୍ୟବହାର ଶିଷ୍ଠାଚାର,

ସେନେହ ମମତା ସମ୍ମାନ ସଙ୍ଗତା

ଶ୍ରେଷ୍ଠ ଅଟେ ମନୁଷ୍ଯର.

ଉଚିତ କର୍ତ୍ତବ୍ୟ ଉତ୍ତମ ମନ୍ତବ୍ୟ

ଜୀବନର ଉଜ୍ଜଳତା,

ବାଲ୍ୟ ପରିବେଶୁ ସଜାଗ ରହିଲେ

ବାର୍ଦ୍ଧକ୍ୟେ ନଥିବ ଚିନ୍ତା.

ସେହି ଶିଶୁମେଳେ ନ'ଥାଉ ଜୀବନେ

ବାର୍ଦ୍ଧକ୍ୟର ଅବଶୋଷ,

କରିବା କରମ କଳଙ୍କିତ ନୋହୁ

ପର ମୁଖେ ଛୁଟୁ ହସ.


Rate this content
Log in

Similar oriya poem from Abstract