STORYMIRROR

puspalata samantary

Abstract Others

3  

puspalata samantary

Abstract Others

ସନ୍ତକ

ସନ୍ତକ

1 min
388

ଅଭାବର ଭାବ ପୁଣି ପ୍ରେମର ପବିତ୍ର,

ସ୍ନେହର ସନ୍ତକ ତୁମେ ଚରିତ୍ରର ଚିତ୍ର ।

ଜ୍ୟୋତିର ଜାଜ୍ଜଲ୍ୟ ଶିଖା ତପନର ତାପ,

ଶୂନ୍ୟତାରେ ପରିପୂର୍ଣ୍ଣ ସାଧନାର ତପ।

ଅଲଭ୍ୟ ଲଭିତ ଅକରୁଣର କରୁଣ,

ଆଗ୍ନେୟଗିରିର ଲାଭା ଚନ୍ଦ୍ରର କିରଣ ।

ଶାନ୍ତିର ସନ୍ତୋଷ ପ୍ରଭୁ ବିଶ୍ୱ ପ୍ରାଣୀ ପ୍ରାଣ,

ଉତ୍ସାହର ଉତ୍ସ ତୁମେ ଗରିମାର ଜ୍ଞାନ।

ଅଦୃଶ୍ୟରେ ଦୃଶ୍ୟ ତୁମେ ବିନ୍ଦୁ ମଧ୍ୟେ ସିନ୍ଧୁ,

ଜୁଆରର ଜଳ ତୁମେ ନଭ ମଧ୍ୟେ ଇନ୍ଦୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract