ଭାଗ୍ୟ
ଭାଗ୍ୟ
ଭାଗ୍ୟ ଭାଗ୍ୟ ବୋଲି ସମସ୍ତେ କୁହନ୍ତି
ଭାଗ୍ୟତ ନୁହେଁ କାହାରି
କର୍ମ ଫଳ ସିନା ସାଥିରେ ରୁହଇ
ଭାଗ୍ୟ ନିଏ ବାଜି ମାରି ।
ଯେମିତି କରିବ ସେମିତି ଫଳିବ
ଭାଗ୍ୟ ନୁହେଁ ସହଚାରି
କର୍ମକୁ ଆଦରି ହୁଅ ପଥଚାରି
କର୍ମ ଏକା ଯିବ ଧରି ।
କର୍ମକୁ ପାଶୋରି ବିଳାସରେ ଭରି
ହୋଇଯାନ୍ତି ନର ନାରୀ
ବିପତ୍ତି କାଳରେ କହନ୍ତି ମର୍ମରେ
ଭାଗ୍ୟରେ ଥିଲା ଆମରି ।
କର୍ମର ଫଳକୁ କର୍ମଯୋଗୀ ଏକା
ନେଇଯାଏ ତୋଳିକରି
ସମସ୍ତେ କହନ୍ତି କର୍ମ ଫଳ ନୁହେଁ
ଭାଗ୍ୟରେ ଥିଲା ତାହାରି ।
ସୁକର୍ମେ ସୁଯୋଗ୍ୟ ଅକର୍ମେ ଅଯୋଗ୍ୟ
ଭାଗ୍ୟ ଫଳ ନୁହେଁ ଧରି
କର୍ମ କରୁଥାଅ ନିରନ୍ତର ଧରି
କର୍ମ ଫଳ ଦେବେ ହରି ।