STORYMIRROR

Banabihari Mishra

Abstract Others

3  

Banabihari Mishra

Abstract Others

ମୃତ୍ୟୁ ଓ ଜୀବନ

ମୃତ୍ୟୁ ଓ ଜୀବନ

1 min
411

ଜୀବନଟା ଖାଲି ଗୋଟେ ମିଥ୍ୟା ପ୍ରତିଶ୍ରୁତି 

ଏନ୍ତୁଡିରୁ ଆରମ୍ଭ ଆଉ ଜୁଇରେ ଶେଷ 

ପ୍ରତିଟି ନିଃଶ୍ଵାସରେ ଥାଏ 

ବଞ୍ଚିବାର ଦୁର୍ବାର ଲାଳସା

ତଥାପି ବି ସିଏ ଆସେ 

ତା କରାଳ ରୂପ ନେଇ 

ଆଉ ବାହାରି ଯାଇଥିବା ନିଃଶ୍ଵାସଟା

ପୁଣିଥରେ ଫେରିଆସେ ନାହିଁ 

ଫେରିବାକୁ ଦେଇଥିବା ପ୍ରତିଶ୍ରୁତିକୁ

ଜାବୁଡି ଧରିରଖିବାକୁ ସେ ବାଧ୍ୟ ନୁହେଁ 

ସେ ମୃତ୍ୟୁ, ସେ ମୁକ୍ତ, 

ସେ ଚିରନ୍ତନ ସତ୍ୟ 


କିଏ କହେ ସମୟଟା ଅସରନ୍ତି ବୋଲି

ମୋ ପାଇଁ ସମୟଟା ସୀମାବଦ୍ଧ

ମୋ ଆୟୁ ଭିତରେ 

କୁଆଁ କୁଆଁ ଠାରୁ ଆରମ୍ଭ ହୋଇ

ଅସାଡ ନିସ୍ତବ୍‌ଧତା ପର୍ଯ୍ୟନ୍ତ 

କେଇଟା ହାତଗଣତି ନିଃଶ୍ଵାସର

ଫେଣ୍ଟାଫେଣ୍ଟି ହସ ଓ ଲୁହର

କିଛି କାନ୍ଦ କିଛି ଖୁସିର 

ପ୍ରତିବଦ୍ଧତା ଆଉ ପ୍ରବଞ୍ଚନାର 

ଜୀବନ ଗଣିତର ମିଶାଣ ଫେଡାଣର

ଲୋଭ ମୋହ ମାୟାର 

ସମ୍ପର୍କର ହରଣ ଗୁଣନର

ଏକ ଅଜବ ସମାହାର 

ସଠିକ୍ ଆକଳନଟା ସମ୍ପୂର୍ଣ୍ଣ ଅସମ୍ଭବ 

ଏ ପର୍ଯ୍ୟନ୍ତ ତେଣୁ ସେ ଅସମାହିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract