ମୃତ୍ୟୁ ଓ ଜୀବନ
ମୃତ୍ୟୁ ଓ ଜୀବନ
ଜୀବନଟା ଖାଲି ଗୋଟେ ମିଥ୍ୟା ପ୍ରତିଶ୍ରୁତି
ଏନ୍ତୁଡିରୁ ଆରମ୍ଭ ଆଉ ଜୁଇରେ ଶେଷ
ପ୍ରତିଟି ନିଃଶ୍ଵାସରେ ଥାଏ
ବଞ୍ଚିବାର ଦୁର୍ବାର ଲାଳସା
ତଥାପି ବି ସିଏ ଆସେ
ତା କରାଳ ରୂପ ନେଇ
ଆଉ ବାହାରି ଯାଇଥିବା ନିଃଶ୍ଵାସଟା
ପୁଣିଥରେ ଫେରିଆସେ ନାହିଁ
ଫେରିବାକୁ ଦେଇଥିବା ପ୍ରତିଶ୍ରୁତିକୁ
ଜାବୁଡି ଧରିରଖିବାକୁ ସେ ବାଧ୍ୟ ନୁହେଁ
ସେ ମୃତ୍ୟୁ, ସେ ମୁକ୍ତ,
ସେ ଚିରନ୍ତନ ସତ୍ୟ
କିଏ କହେ ସମୟଟା ଅସରନ୍ତି ବୋଲି
ମୋ ପାଇଁ ସମୟଟା ସୀମାବଦ୍ଧ
ମୋ ଆୟୁ ଭିତରେ
କୁଆଁ କୁଆଁ ଠାରୁ ଆରମ୍ଭ ହୋଇ
ଅସାଡ ନିସ୍ତବ୍ଧତା ପର୍ଯ୍ୟନ୍ତ
କେଇଟା ହାତଗଣତି ନିଃଶ୍ଵାସର
ଫେଣ୍ଟାଫେଣ୍ଟି ହସ ଓ ଲୁହର
କିଛି କାନ୍ଦ କିଛି ଖୁସିର
ପ୍ରତିବଦ୍ଧତା ଆଉ ପ୍ରବଞ୍ଚନାର
ଜୀବନ ଗଣିତର ମିଶାଣ ଫେଡାଣର
ଲୋଭ ମୋହ ମାୟାର
ସମ୍ପର୍କର ହରଣ ଗୁଣନର
ଏକ ଅଜବ ସମାହାର
ସଠିକ୍ ଆକଳନଟା ସମ୍ପୂର୍ଣ୍ଣ ଅସମ୍ଭବ
ଏ ପର୍ଯ୍ୟନ୍ତ ତେଣୁ ସେ ଅସମାହିତ।