ପ୍ରିୟ ସହର
ପ୍ରିୟ ସହର


ଜାଣିନି ଏ ସହର କାଇଁ ଏତେ ନିଜର
ତାର ବର୍ଷା ଭିଜା ରାତି ହେଉ କି
ଝାଞ୍ଜି ଦ୍ୱିପହର
ମୋତେ ଲାଗେ ଖୁବ୍ ଆପଣାର ।।
ତାର ଅଙ୍କା ବଙ୍କା ରାସ୍ତା ଆଉ
ଧାରେ ଧାରେ କୃଷ୍ଣଚୂଡ଼ା କଦମ୍ବ ର ସମ୍ଭାର
ମୋତେ ମୋହଗ୍ରସ୍ତ କରେ ପ୍ରତିଥର ।।
ନିଦାଘ ର କାଳବୈଶାଖୀ କ୍ଳାନ୍ତ ଶାନ୍ତ ରାତି
ପ୍ରତ୍ୟେକ ଚେହେରାରେ ସ୍ନେହର ସମ୍ମତି
ଏ ପରା ମୋ ଅତି ପ୍ରିୟ ସହର
ଭଲ ଲାଗେ ମୋତେ ମୋ ସନ୍ଧ୍ୟା ଲେଉଟାଣି ଘର ।।