ପରିଣୀତା
ପରିଣୀତା
ପଶିଆସ ତୁମେ ଯେବେ ନିଃଶବ୍ଦ ରାତି ଅଧରେ
ପଲକ ପଡେନି ଆଖି ଭାସେ ରଙ୍ଗୀନ୍ ସ୍ୱପ୍ନରେ ,
ଭାସେ ସ୍ମୃତି କିମଧୁର ସ୍ବପ୍ନଭରା ନୟନରେ
ଫେରିଯାଅ ନାହିଁ ତୁମେ ନିଦ ଦେଇ ଏ ଆଖିରେ ।
ବୋଳିଦେଇ ମୁଖେ ମୋର ମୁଠାଏ ରଙ୍ଗ ଅବିର
ସାତ ଜନମକୁ ସବୁ ହିସାବ କିତାବ କର ,
ଶୁଷ୍କ ପ୍ରାଣେ ବୋଲିଦେଇ ଶୀତଳତା ମଧୁକର
ଏକାକରି ଯାଅନାହିଁ ସଙ୍ଗେ ନିଅ ପ୍ରାଣ ମୋର ।
ମୁଁ' ମାନସୀ ପ୍ରିୟା ତୁମ ହୃଦ ମୋର ଅଣାୟତ
ଯନ୍ତ୍ରଣା ଜର୍ଜରିତ ତନୁ ଲାଗେ ବହୁ ବ୍ୟଥିତ,
ମୋ' ମାନସ ହୃଦ ସ୍ପନ୍ଦନ ମୋ ' ଦେହରେ ରଖ ହାତ
ପରିଣୀତା ନାୟିକା ମୁଁ ' ତୁମଠାରେ ସମର୍ପିତ ।
ପ୍ରତିକ୍ଷିତ ମୁହୂର୍ତ୍ତକୁ ଭାବମୟ କରୁଅଛି ,
ପ୍ରୀତିପୁର୍ଣ୍ଣ ହୃଦୟଟେ ତୁମକୁ ଭେଟି ଦେଉଛି ।

